ଚପଲ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ଭାସିଗଲେ ଯୁବକ: ସାଙ୍ଗମାନେ କରୁଥିଲେ ଘଟଣାର ଭିଡ଼ିଓ ରେକର୍ଡିଂ

Advertisment

ମଧ୍ୟପ୍ରଦେଶର ସିଓନି ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଏକ ଡ୍ରେନରୁ ନିଜର ଚପଲ ବାହାର କରିବାକୁ ଚେଷ୍ଟା କରୁଥିବା ସମୟରେ ଭାସି ଯାଇଥିଲେ।

ମଧ୍ୟପ୍ରଦେଶର ସିଓନି ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଏକ ଡ୍ରେନରୁ ନିଜର ଚପଲ ବାହାର କରିବାକୁ ଚେଷ୍ଟା କରୁଥିବା ସମୟରେ ଭାସି ଯାଇଥିଲେ।

capal

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସିଓନି ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଏକ ଡ୍ରେନରୁ ନିଜର ଚପଲ ବାହାର କରିବାକୁ ଚେଷ୍ଟା କରୁଥିବା ସମୟରେ ଭାସି ଯାଇଥିଲେ। ମୃତ ଯୁବକଙ୍କ ନାମ ଆୟୁଷ ଯାଦବ ବୟସ ୨୦ବର୍ଷ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆୟୁଷ ତାଙ୍କ ୫ଜଣ ସାଙ୍ଗଙ୍କ ସହିତ ପିକନିକ୍ କରିବାକୁ ଯାଇଥିଲେ। ଏହି ସମୟରେ ଆୟୁଷଙ୍କ ଚପଲ ଏକ ଡ୍ରେନରେ ପଡ଼ିଯାଇଥିଲା। ଚପଲକୁ ଆୟୁଷ ଡ୍ରେନରୁ ବାହାର କରୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଆୟୁଷ ନିଜ ଉପରେ ଭାରସାମ୍ୟ ରକ୍ଷା କରି ନପାରି ଡ୍ରେନ ପାଣିରେ ପଡ଼ି ଭାସି ଯାଇଥିଲେ। ଏହି ସମୟରେ ବନ୍ଧୁମାନେ ଆୟୁଷଙ୍କ ଚପଲ କାଢିବାର ଏକ ଭିଡିଓ ପ୍ରସ୍ତୁତ କରୁଥିଲେ। ଏହି ଭିଡିଓରେ ଆୟୁଷ ଭାସି ଯାଇଥିବାର ଦୃଶ୍ୟ ମଧ୍ୟ ରେକର୍ଡ ହୋଇଯାଇଥିଲା। 

ଘଟଣା ଘଟିବା ସଙ୍ଗେସଙ୍ଗେ ବନ୍ଧୁମାନେ ଏହି ଘଟଣା ବିଷୟରେ ସ୍ଥାନୀୟ ଲୋକ ଏବଂ ପୁଲିସଦଳକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ଏବଂ ଡାଇଭିଂ ଦଳ କିଛି ଘଣ୍ଟା ଧରି ଆୟୁଷଙ୍କୁ ଖୋଜାଖୋଜି କରିଥିଲେ। ଉଦ୍ଧାରକାରୀ ଦଳ ଘଟଣା ପରଦିନ ଆୟୁଷଙ୍କ ମୃତଦେହ ଉଦ୍ଧାର କରିଥିଲେ। ଆୟୁଷଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe