ମୁମ୍ବାଇ : ବଲିଉଡ୍ ଅଭିନେତା ସଲମାନ୍ ଖାନ୍ଙ୍କ ବଡିଗାର୍ଡ ‘ଶେରା’ (ଗୁରମିତ ସିଂହ) ଆଜି ବିଜେପିର ମେଣ୍ଟ ସହଯୋଗୀ ଶିବସେନାରେ ଯୋଗ ଦେଇଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ଯୁବ ସେନା ଅଧ୍ୟକ୍ଷ ଆଦିତ୍ୟ ଠାକ୍ରେଙ୍କ ଉପସ୍ଥିତିରେ ଶେରା ଆଜି ଶିବସେନାରେ ସାମିଲ ହୋଇଛନ୍ତି। ଗେରୁଆ ରଙ୍ଗର ସାଲ୍ ସହ ଶେରା ହାତରେ ଖଣ୍ଡା ଧରିଥିବା ଫଟୋ ଆଜି ଶିବସେନା ଦ୍ବାରା ସୋସିଆଲ ମିଡିଆରେ ସେୟାର କରାଯାଇଛି। ବଲିଉଡ୍ ସହ ସଂପୃକ୍ତ ଅନେକ ବ୍ୟକ୍ତି ଶିବସେନାରେ ସାମିଲ ହେଉଛନ୍ତି। ଚଳିତ ସପ୍ତାହରେ ସଂଜୟ ଦତ୍ତ ଆଦିତ୍ୟ ଠାକ୍ରେଙ୍କୁ ନିଜ ସାନ ଭାଇ ବୋଲି ସମ୍ବୋଧନ କରି ସମର୍ଥନ କରିଥିଲେ।
ଶିବସେନାରେ ଯୋଗ ଦେଲେ ସଲମାନ୍ଙ୍କ ବଡିଗାର୍ଡ ଶେରା
Advertisment
Follow Us