ସାନଭାଇକୁ ଛଅ ଦିନ ହେବ ଖୋଜୁଛନ୍ତି ବଡ଼ ଭାଇ; ଗଣମାଧ୍ୟମରେ ମହମ୍ମଦ ଅଲ୍ଲୀଙ୍କ ଭିିଜୁଆଲ୍‌ ଦେଖି ଧାଇଁ ଆସିଥିଲେ ମହମ୍ମଦ ତନିଫ

Advertisment
ସାନଭାଇକୁ ଛଅ ଦିନ ହେବ ଖୋଜୁଛନ୍ତି ବଡ଼ ଭାଇ; ଗଣମାଧ୍ୟମରେ ମହମ୍ମଦ ଅଲ୍ଲୀଙ୍କ ଭିିଜୁଆଲ୍‌ ଦେଖି ଧାଇଁ ଆସିଥିଲେ ମହମ୍ମଦ ତନିଫ

କଟକ: ସାନଭାଇ ମହମ୍ମଦ ଅଲ୍ଲୀକୁ ଛଅ ଦିନ ହେବ ଖୋଜୁଛନ୍ତି ଦିଲ୍ଲୀ ନିବାସୀ ତଥା ତାଙ୍କ ବଡ଼ ଭାଇ ମହମ୍ମଦ ତନିଫ। ଗଣମାଧ୍ୟମରେ ସାନ ଭାଇର ଭିଜୁଆଲ ଦେଖିବା ପରେ ସାଙ୍ଗେ ସାଙ୍ଗେ ଧାଇଁ ଆସିଥିଲେ ବଡ଼ ଭାଇ ବାଲେଶ୍ୱର ହସ୍ପିଟାଲ। ହେଲେ ସେଠାରେ ମେଡିକାଲରେ ତାଙ୍କ ଭାଇ ନଥିବା ଖବର ଜାଣି ପରେ ଭଦ୍ରକ ମେଡିକାଲ ଯାଇ ସେଠାରୁ ବି ନିରାଶ ହୋଇ ଆଜି ଏସସିବି ମେଡିକାଲରେ ପହଂଚିଛନ୍ତି ସେ। ହେଲେ ଏଠାରେ ଭାଇର କୌଣସି ଖବର ପାଇ ନଥିବା କହିଛନ୍ତି ମହମ୍ମଦ ତନିଫ। ସରକାର ଭାଇକୁ ଖୋଜିବାରେ ସହାୟତା କରିବା ପାଇ ଅନୁରୋଧ କରିଛନ୍ତି ସେ।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଅନେକ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଏବେ ବି ଅନେକ ମେଡ଼ିକାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି । ଅନେକ ଲୋକ ନିଖୋଜ ଥିବା ନେଇ ପରିବାର ଲୋକ ଅଭିଯୋଗ କରୁଛନ୍ତି । ତେବେ ଦିଲ୍ଲୀର ମହମ୍ମଦ ହନିଫ୍ ନାମକ ଜଣେ ବ୍ୟକ୍ତି ବିଭିନ୍ନ ରାଜ୍ୟରେ ପାଣି ପାଇପ କାମ କରନ୍ତି । ଦୁର୍ଘଟଣା ପରଠାରୁ ତାଙ୍କ ପରିବାର ତାଙ୍କର କୌଣସି ଖବର ପାଉନାହାନ୍ତି । ହନିଫଙ୍କ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛନ୍ତି । ଏହାରି ଭିତରେ ହନିଫ ଏକ ମେଡ଼ିକାଲ ବେଡରେ ବସିଥିବାର ଟିଭିରେ ଦେଖିବା ପରେ ପରିବାର ଲୋକ କଟକ ଅସିଛନ୍ତି । ମୋବାଇଲରେ ଭାଇର ଫଟୋ ଦେଖାଇ ଖୋଜଖୋଜି କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe