ମିଛୁଆକୁ ରାଷ୍ଟ୍ରଦୂତ କରିଦେଲେ ଟ୍ରମ୍ପ; ଜାଣନ୍ତୁ କାହିଁକି ଏଭଳି ହେଉଛି ଚର୍ଚ୍ଚା

ଟ୍ରମ୍ପ ତାଙ୍କର ବିଶ୍ୱସ୍ତ ସର୍ଜିୟୋ ଗୋର୍‌ଙ୍କୁ ଭାରତରେ ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛନ୍ତି। ଏମଧ୍ୟରେ ତାଙ୍କର ବିବାଦୀୟ ଇତିହାସ ସାମ୍ନାକୁ ଆସିଛି।

New Project (3)

ନୂଆଦିଲ୍ଲୀ: ଭାରତ ସହିତ ଶୁଳ୍କ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ତାଙ୍କର ବିଶ୍ୱସ୍ତ ସର୍ଜିୟୋ ଗୋର୍‌ଙ୍କୁ ଭାରତରେ ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛନ୍ତି। ଏହା ସହିତ, ଗୋର୍‌ଙ୍କୁ ଦକ୍ଷିଣ ଏବଂ ମଧ୍ୟ ପୂର୍ବ ଏସୀୟ ବ୍ୟାପାର ପାଇଁ ସ୍ୱତନ୍ତ୍ର ଦୂତର ଦାୟିତ୍ୱ ମଧ୍ୟ ଦିଆଯାଇଛି। ଭାରତ ଉପରେ ଭାରୀ ଶୁଳ୍କ ଲାଗୁ ହେବା ମଧ୍ୟରେ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ତାଙ୍କର ଏହି ନିଷ୍ପତ୍ତିକୁ ଏବେ ଟ୍ରୋଲ କରାଯାଉଛି। ଟ୍ରମ୍ପ କିଭଳି ଜଣେ ମିଛୁଆକୁ ରାଷ୍ଟ୍ରଦୂତ କଲେ ବୋଲି ଅନେକ ପ୍ରଶ୍ନ କରିଛନ୍ତି। ସବୁଠୁ ବଡ଼ କଥା ହେଲା ଚଳିତ ବର୍ଷ ଜୁନ୍ ମାସରେ ସ୍ପେସଏକ୍ସ ମାଲିକ ଏଲନ ମସ୍କ, ସର୍ଜିୟୋଙ୍କୁ ସାପ ବୋଲି କହିଥିଲେ; ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ମୁତାବକ, ସର୍ଜିୟୋ ପୂର୍ବରୁ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି। ତାଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଲାଗିସାରିଛି। ସବୁଠାରୁ ବଡ଼ ଅଭିଯୋଗ ଥିଲା ଯେ, ସେ ରୁଷ ପାଇଁ ଗୁଇନ୍ଦାଗିରି କରୁଥିଲେ, ଯାହା ପାଇଁ ସ୍ପେସଏକ୍ସ ମାଲିକ ଏଲନ ମସ୍କ ତାଙ୍କୁ ସାପ ବୋଲି କହିଥିଲେ। ଏହା ବ୍ୟତୀତ ତାଙ୍କ ଉପରେ ଜନ୍ମସ୍ଥାନ ବିଷୟରେ ମିଥ୍ୟା ସୂଚନା ଦେଇଥିବାର ଅଭିଯୋଗ ମଧ୍ୟ ଲାଗିସାରିଛି। ପ୍ରଥମେ ସେ ଦାବି କରିଥିଲେ ଯେ, ସେ ମାଲ୍ଟାରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ପରେ ସତ୍ୟ ବାହାରକୁ ଆସିଥିଲା ଏବଂ ଜଣାପଡିଲା ଯେ, ସେ ତାସକନ୍ଦରେ ଜନ୍ମଗ୍ରହଣ କରିଥିଲେ। ଏଭଳି ମିଛ କହିଥିବାରୁ ଅନେକ ତାଙ୍କୁ ମିଛୁଆ ବୋଲି କହିଥିଲେ।

ତେବେ ଭାରତରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହେବା ପରେ ସର୍ଜିୟୋ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି ଯେ, ଭାରତରେ ଆମେରିକାର ପ୍ରତିନିଧିତ୍ୱ କରିବା ମୋ ଜୀବନର ସର୍ବୋତ୍ତମ ସମ୍ମାନ ହେବ। ଏହି ପଦରେ ରହି ଆମେରିକୀୟ ଲୋକଙ୍କ ସେବା କରିବାଠାରୁ ମୋ ପାଇଁ ଗର୍ବିତ କାମ ଆଉ କିଛି ନାହିଁ। ଏହା ମୋ କ୍ୟାରିୟରର ଏକ ମାଇଲଖୁଣ୍ଟ। ଏଥିପାଇଁ ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe