ସେରିନ ମାଥ୍ୟୁସର ବାପା ଗିରଫ

ସେରିନ ମାଥ୍ୟୁସର ବାପା ଗିରଫ

ନୂଆଦିଲ୍ଲୀ: ଭାରତୀୟ ଶିଶୁ କନ୍ୟା ସେରିନ ମାଥ୍ୟୁସର ପାଳନକର୍ତ୍ତା ବାପା େଓ୍ଵସଲି ମାଥ୍ୟୁସଙ୍କୁ ଆମେରିକା ପୁଲିସ ଗିରଫ କରିଛି। ଆମେରିକାର ରିଚାର୍ଡସନ୍‌ ଅଞ୍ଚଳରେ ୩ ବର୍ଷୀୟା ଶିଶୁକନ୍ୟା ସେରିନ ଦୁଇସପ୍ତାହ ହେବ ନିଖୋଜ ହୋଇଯାଇଛିା। କ୍ଷୀର ନପିଇବାରୁ ବାପା େଓ୍ଵସଲି ତାକୁ ଦଣ୍ଡ ଦେବାକୁ ଯାଇ ଘର ବାହାରେ ଛାଡ଼ିଦେଇଥିଲେ କିନ୍ତୁ ଦୁର୍ଭାଗ୍ୟ ବସତଃ ସେ କୁଆଡ଼େ ଉଭାନ୍‌ ହୋଇଗଲା ତା’ର କିଛି ପତ୍ତା ମିଳିଲାନି। ଗତକାଲି ସେରିନର ଘର ନିକଟସ୍ଥ ଏକ ନାଳରୁ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିଲେ ମଧ୍ୟ ପୁଲିସ ଏହାକୁ ସେରିନଙ୍କ ମୃତଦେହ ବୋଲି ସନ୍ଦେହ କରୁଛି କିନ୍ତୁ ଏଯାବତ୍‌ ଏହା ଚିହ୍ନଟ ହୋଇପାରିନି।

ଅପରପକ୍ଷେ ମାଥ୍ୟୁସ ଦମ୍ପତି ସେରିନକୁ ନିୟମ ଅନୁଯାୟୀ ପୋଷ୍ୟ ଭାବେ ଗ୍ରହଣ କରିଥିଲେ କି ନାହିଁ ସେ ନେଇ ଗତକାଲି ନାଳନ୍ଦା ଜିଳ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଗତକାଲି େଓ୍ଵସଲି ମାଥ୍ୟୁସ ତଦନ୍ତପ୍ରକ୍ରିୟାରେ ସାମିଲ ହେବାପାଇଁ ରିଚାର୍ଡସନ୍‌ ପୁଲିସ ଷ୍ଟେସନରେ ହାଜର ହୋଇଥିଲେ ମଧ୍ୟ ସେରିନଙ୍କୁ ନେଇ ତାଙ୍କର ପୂର୍ବ ବୟାନ ଏବଂ ବର୍ତ୍ତମାନର ବୟାନ ଭିତରେ କୌଣସି ତାଳମେଳ ରହିନଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe