ନାଗପୁର ହସ୍ପିଟାଲରେ ଗୁରୁତର ତ୍ରୁଟି: ରକ୍ତ ନେବା ପରେ ୪ ଥାଲାସେମିଆ ଶିଶୁ ଏଚ୍‌ଆଇଭି ସଂକ୍ରମିତ, ଜଣେ ଶିଶୁଙ୍କ ମୃତ୍ୟୁ

Advertisment
ନାଗପୁର ହସ୍ପିଟାଲରେ ଗୁରୁତର ତ୍ରୁଟି: ରକ୍ତ ନେବା ପରେ ୪ ଥାଲାସେମିଆ ଶିଶୁ ଏଚ୍‌ଆଇଭି ସଂକ୍ରମିତ, ଜଣେ ଶିଶୁଙ୍କ ମୃତ୍ୟୁ

Hindustan Times

ନାଗପୁର: ନାଗପୁରର ଏକ ହସ୍ପିଟାଲରେ ଥାଲାସେମିଆ ଆକ୍ରାନ୍ତ ଚାରି ଜଣ ଶିଶୁଙ୍କୁ ରକ୍ତ ଦିଆଯାଇଥିଲା। ତା’ପରେ ସେମାନେ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ରକ୍ତ ପରୀକ୍ଷାରୁ ଜଣାପଡ଼ିଥିଲା। ଚାରିଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ରୋଗୀଙ୍କୁ ଦୂଷିତ ରକ୍ତ ଦିଆଯାଇଥିବାରୁ ଏଭଳି ଘଟିଛି। ରୋଗୀଙ୍କୁ ବ୍ଲଡ ବ୍ୟାଙ୍କରୁ ଯୋଗାଇ ଦିଆଯାଇଥିବା ରକ୍ତ ଦିଆଯିବା ପରେ ସେମାନେ ଏଚ୍ଆଇଭି ଏବଂ ହେପାଟାଇଟିସ୍ ବି ଦ୍ବାରା ସଂକ୍ରମିତ ହୋଇଥିବା ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି। ବ୍ଲଡ ବ୍ୟାଙ୍କରେ ରକ୍ତ ଦେବା ପୂର୍ବରୁ ଏହାର ପରୀକ୍ଷା ପାଇଁ ସ୍ବତନ୍ତ୍ର ସୁବିଧା ନଥିବାରୁ ଏଭଳି ଅସୁବିଧା ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ତଦନ୍ତ ପରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟବିଭାଗ କର୍ତ୍ତୃପକ୍ଷ କହିଛନ୍ତି। ଖାଦ୍ୟ ଏବଂ ଔଷଧ ବିଭାଗ (ଏଫଡିଏ) ମଧ୍ୟ ଏହି ମାମଲାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଥାଲାସେମିଆ ରୋଗୀଙ୍କୁ ଦିଆଯାଇଥିବା ରକ୍ତର ନ୍ୟୁକ୍ଲିୟିକ୍ ଏସିଡ୍ ଟେଷ୍ଟ ଶୀଘ୍ର କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe