India TV News
ନୂଆଦିଲ୍ଲୀ : ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ଅକ୍ସଫୋର୍ଡ ଟିକା (କୋଭିସିଲ୍ଡ)ର ପରୀକ୍ଷଣରେ ଭାଗ ନେଇଥିବା ଜଣେ ବ୍ୟକ୍ତି ଗୁରୁତର ଅଭିଯୋଗ ଆଣିଛନ୍ତି। ଚେନ୍ନାଇର ଜଣେ ବ୍ୟକ୍ତି ଟିକା ନେବା ପରେ ତାଙ୍କର ଭୀଷଣ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଏବଂ ସେ ମାନସିକ ରୋଗର ଶିକାର ହୋଇଥିଲେ ବୋଲି ଅଭିଯୋଗ କରି ୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ତେବେ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି ସିରମ୍ ଦର୍ଶାଇଛି। ସମ୍ପୃକ୍ତ ବ୍ୟକ୍ତିଜଣକ ଯୋଜନାବଦ୍ଧ ଭାବେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇସାରିଛି ବୋଲି ସିରମ୍ ପକ୍ଷରୁ କୁହାଯାଇଛି। ଏହା ସହିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିବ ବୋଲି କହିଛି। ଚେନ୍ନାଇରେ ଅନୁଷ୍ଠିତ ଅକ୍ସଫୋର୍ଡ ଟିକା ପରୀକ୍ଷଣରେ ଭାଗ ନେଇଥିବା ଶତାଧିକ ସ୍ବେଚ୍ଛାସେବୀଙ୍କଠାରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ସିରମ୍ ସ୍ପଷ୍ଟ କରିଛି।
Follow Us