ଦିଲ୍ଲୀରେ ପ୍ରତି ୪ ଜଣରେ ଜଣେ କରୋନା ସଂକ୍ରମିତ, ପ୍ରତି ମାସରେ ହେବ ସେରୋ ସର୍ଭେ

ଦିଲ୍ଲୀରେ ପ୍ରତି ୪ ଜଣରେ ଜଣେ କରୋନା ସଂକ୍ରମିତ, ପ୍ରତି ମାସରେ ହେବ ସେରୋ ସର୍ଭେ

New Indian Express

ନୂଆଦିଲ୍ଲୀ, : ଦିଲ୍ଲୀରେ ଆଗକୁ ପ୍ରତି ମାସରେ ସେରୋ ସର୍ଭେ ହେବ। କେତେ ପରିମାଣରେ ଲୋକେ ଦିଲ୍ଲୀରେ କରୋନା ସଂକ୍ରମିତ ହେଉଛନ୍ତି ତାହା ସ୍ପଷ୍ଟ ଭାବେ ଅବଗତ ହେବା ପାଇଁ ଜାତୀୟ ରାଜଧାନୀ‌‌ରେ ପ୍ରତି ମାସରେ ସେରୋ ସର୍ଭେ କରାଯିବ ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି କହିଛନ୍ତି। ଦିଲ୍ଲୀରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ଅଗଷ୍ଟ ୧ରୁ ୧୫ ମଧ୍ୟରେ ହେବ। ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଗତ କିଛି ସପ୍ତାହ ମଧ୍ୟରେ କମିଛି। କିନ୍ତୁ ସେରୋ ସର୍ଭେରୁ ଏହା ଜଣାପଡ଼ିଛି ଯେ, ଦିଲ୍ଲୀରେ ପ୍ରତି ୫ ଜଣରେ ଜଣେ କରୋନା ସଂକ୍ରମିତ ହେଉଛନ୍ତି। ସର୍ଭେରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଦିଲ୍ଲୀରେ ଅଧିକାଂଶ ସଂକ୍ରମିତ ବ୍ୟକ୍ତିଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ। ଏହା ସଂକ୍ରମଣର ମାତ୍ରାକୁ ବଢ଼ାଇ ଦେଇପାରେ। ତେଣୁ ଜାତୀୟ ରାଜଧାନୀରେ ସଂକ୍ରମଣକୁ ଭଲଭାବେ ବୁଝିବା ପାଇଁ ଦିଲ୍ଲୀ ସରକାର ପ୍ରତି ମାସରେ ସେରୋ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେରୋ ସର୍ଭେରେ ଡାକ୍ତରମାନେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ରକ୍ତ ପରୀକ୍ଷା କରି ସେମାନଙ୍କ ମଧ୍ୟରେ ଏଣ୍ଟିବଡ଼ିଜ୍‌ ଅଛି କି ନା' ତାହା ଜାଣିପାରିବେ। ତେବେ କେବଳ ଜଣେ ବ୍ୟକ୍ତି ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ହିଁ ତାଙ୍କଠା‌ରେ ଏଣ୍ଟିବଡି ବିକାଶ ହୋଇପାରିବ। ପୂର୍ବରୁ ହୋଇଥିବା ସେରୋ ସର୍ଭେରୁ ଏହା ଜଣାପଡ଼ିଛି ଯେ, ୨୩.୪୮ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀରେ ଏବେ ୧.୨ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। କିନ୍ତୁ ଉଭୟ ସରକାର ଏବଂ ବିଶେଷଜ୍ଞମ‌ାନେ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ଦିଲ୍ଲୀରେ ଆହୁରି ଅଧିକ କଠୋର ପଦକ୍ଷେପ ନେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe