ଧମକ ଦିଆଯିବାରୁ ଭାରତ ଛାଡ଼ି ଇଂଲଣ୍ଡ୍‌ ଚାଲିଗଲେ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ, ବିଦେଶରେ ଟିକା ଉତ୍ପାଦନ ପାଇଁ କରୁଛନ୍ତି ଯୋଜନା

Advertisment
ଧମକ ଦିଆଯିବାରୁ ଭାରତ ଛାଡ଼ି ଇଂଲଣ୍ଡ୍‌ ଚାଲିଗଲେ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ, ବିଦେଶରେ ଟିକା ଉତ୍ପାଦନ ପାଇଁ କରୁଛନ୍ତି ଯୋଜନା

Image Courtesy of Zee News

ନୂଆଦିଲ୍ଲୀ: ଧମକ ଦିଆଯିବା କାରଣରୁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ ଅଦର ପୁନାୱାଲା ଗତ ସପ୍ତାହର ଶେଷ ଭାଗରେ ବିମାନ ଯୋଗେ ଇଂଲଣ୍ଡ୍‌ ଚାଲିଯାଇଛନ୍ତି। ‘ଦି ଟାଇମ୍‌ସ୍’ ସହ ଅନୁଷ୍ଠିତ ସାକ୍ଷାତ୍‌କାରରେ ସେ କହିଛନ୍ତି, ମୁଁ ଏଠାରେ ବେଶ୍‌ କିଛି ଦିନ ରହିବି। ଏହାର କାରଣ ହେଲା, ସେ ଭଳି ପରିସ୍ଥିତିରେ ରହିବାକୁ ମୋର ଇଚ୍ଛା ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ମୋ ଉପରେ ସବୁ ଭାର ପଡୁଛି। ମୁଁ ଏକେଲା ତାହା ସମ୍ଭାଳି ପାରିବି ନାହିଁ। ସେ ଭଳି ପରିସ୍ଥିତିରେ ରହିବାକୁ ମୁଁ ଚାହେଁନା କି, ଦାୟିତ୍ବ ନିର୍ବାହ କରି ମଧ୍ୟ ଅମୁକ ସମୁକଙ୍କର ଟିକା ବରାଦ ପୂରଣ କରି ନ ପାରି ଅଡୁଆରେ ପଡ଼ିବାକୁ ଚାହେଁନା। ସେମାନେ ଯାହା କରିବେ, ଆପଣମାନେ ତାହା କଳ୍ପନା କରି ପାରିବେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଟିକା ପାଇବାର ପ୍ରତ୍ୟାଶା ଏବଂ କ୍ରୋଧ ବାସ୍ତବିକ ବଡ଼ ଅଭୂତପୂର୍ବ ଓ ଅସମ୍ଭାଳ। ସମସ୍ତଙ୍କର ଧାରଣା ସେମାନେ ଟିକା ପାଇବା ଉଚିତ। ତାଙ୍କ ପୂର୍ବରୁ ଅନ୍ୟ କେହି ଟିକା ପାଇବା ଉଚିତ ବୋଲି ସେମାନେ ବୁଝି ପାରୁନାହାନ୍ତି। ଗାଳି ନ ଦେଲେ ବି ଧମକ ଦେବା ସ୍ବରରେ ଟିକା ମାଗୁଛନ୍ତି।

publive-image Image Courtesy of Scroll.in

ସୂଚନାଯୋଗ୍ୟ, ଏସବୁ ଜାଣିବା ପରେ ଭାରତ ସରକାର ଅଦର ପୁନାୱାଲାଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ଦେଇଥିଲେ।

ବର୍ଷକ ମଧ୍ୟରେ ୨.୫ ବିଲିୟନ୍‌ ଡୋଜ୍‌ ‘କୋଭିସିଲ୍‌ଡ୍‌’ ଉତ୍ପାଦନ କରିଥିବା ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଉତ୍ପାଦନ କ୍ଷମତା ବୃଦ୍ଧି କରି ବର୍ଷକୁ ୩ ବିଲିୟନ୍‌ ଡୋଜ୍ ଟିକା ଉତ୍ପାଦନ କରିବ ବୋଲି ଯୋଜନା ଚାଲିଥିବା ସେ କହିଛନ୍ତି।

ପୁନାୱାଲା ଆହୁରି ମଧ୍ୟ କହିଛନ୍ତି ଯେ, ଟିକା ଯୋଗାଣ ପାଇଁ ଦେଇଥିବା ପ୍ରତିଶ୍ରୁତି ଯୋଗୁଁ ଅନ୍ୟ ଦେଶମାନଙ୍କରେ ବି ସେ ଟିକା ଉତ୍ପାଦନ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe