Times of India
ନୂଆଦିଲ୍ଲୀ: ପୁଣି ଥରେ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ପରୀକ୍ଷଣ ଆରମ୍ଭ କରିବ ସେରମ ଇନଷ୍ଟିଚ୍ୟୁଟ୍। କିଛି ଦିନ ପରୀକ୍ଷଣ ବନ୍ଦ ରହିବା ପରେ ଏବେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଅାଇ) ପରୀକ୍ଷଣକୁ ପୁଣି ଥରେ ଆରମ୍ଭ କରିବା ପାଇଁ ଅନୁମତି ଦେଇଛି। ଲଣ୍ଡନରେ ଜଣେ ସ୍ବେଚ୍ଛାସେବୀଙ୍କ ଶରୀରରେ ଅକ୍ସଫୋଡ୍ ବିଶ୍ବବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟ୍ ଓ ବ୍ରିଟିସ କମ୍ପାନି ଆଷ୍ଟ୍ରାଜେନେକାର ମିଳିତ ସହଯୋଗରେ ବିକଶିତ ହୋଇଥିବା କରୋନା ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବା ପରେ ପରୀକ୍ଷଣକୁ ବନ୍ଦ କରି ଦିଆଯାଇଥିଲା। କିନ୍ତ ସେପ୍ଟେମ୍ବର ୧୩ରେ ଲଣ୍ଡନରେ ପରୀକ୍ଷଣ ପୁଣି ଥରେ ଆରମ୍ଭ ହୋଇଥିଲା।
ବ୍ରିଟେନର ଔଷଧ ଓ ସ୍ବାସ୍ଥ୍ୟ ନିୟାମକ ସଂସ୍ଥା ମେଡିସିନ୍ସ ହେଲ୍ଥ ରେଗୁଲେଟୋରି ଅଥରିଟି (ଏମଏଚଆରଏ) ପକ୍ଷରୁ ଏଥିପାଇଁ ଅନୁମତି ଦିଆଯିବା ପରେ ଏଜେଡ୍ଡି୧୨୨୨ କରୋନା ଟିକାର ପୁନଃ ପରୀକ୍ଷଣ ଆରମ୍ଭ କରାଯାଇଥିଲା। ଏହି ଟିକାର ନୈଦାନିକ ପରୀକ୍ଷଣ ନିରାପଦ ବୋଲି ଏମଏଚଆରଏ ସ୍ପଷ୍ଟ କରିଥିବା ବିଷୟ କମ୍ପାନି କହିଥିଲା।
Firstpostତେବେ ଭାରତରେ କେହି ଅସୁସ୍ଥ ହୋଇ ନଥିବାରୁ ଏହାକୁ ବନ୍ଦ କରାଯିବ ନାହିଁ ବୋଲି କମ୍ପାନିର ସିଇଓ ଆଦର ପୁନାୱାଲା ପ୍ରଥମେ କହିଥିଲେ। କିନ୍ତୁ ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ କମ୍ପାନିକୁ ଏକ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା। ଏହାପରେ କମ୍ପାନି ଏହାର କୋଭିସିଲଡ୍ ଟିକାର ପରୀକ୍ଷଣକୁ ସ୍ଥଗିତ ରଖିବ ବୋଲି କହିଥିଲା। ତେବେ ଡିସିଜିଆଇ ଅନୁମତି ମିଳିଲେ ଆମେ ଭାରତରେ ପରୀକ୍ଷା ପୁଣିଥରେ ଆରମ୍ଭ କରିବୁ ବୋଲି ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଥିବା ବେଳେ ଆଜି ସେରମ ଇନଷ୍ଟିଚ୍ୟୁଟକୁ ପରୀକ୍ଷଣ ପାଇଁ ଅନୁମତି ଦେଇଛି ଡିସିଜିଆଇ।
Follow Us