ୟୁନିସେଫ ସହ ମିଶି ୧୦୦ଦେଶକୁ ଟିକା ବିତରଣ କରିବ ସେରମ ଇନଷ୍ଟିଚ୍ୟୁଟ

Advertisment
ୟୁନିସେଫ ସହ ମିଶି ୧୦୦ଦେଶକୁ ଟିକା ବିତରଣ କରିବ ସେରମ ଇନଷ୍ଟିଚ୍ୟୁଟ

aajtak

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା / ଅକ୍ସଫୋର୍ଡ ଏବଂ ନୋଭାଭ୍ୟାକ୍ସ ଟିକାର ଦୀର୍ଘକାଳୀନ ଯୋଗାଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ୟୁନିସେଫ୍ ଚୁକ୍ତି କରିଛନ୍ତି।  ଏଥିରେ ପ୍ରାୟ ୧୦୦ଦେଶକୁ ୧.୧ବିଲିୟନ ଡୋଜ ଟିକା ବିତରଣ କରାଯିବ। ଭାରତ ସବୁଠାରୁ ବଡ଼ ଟିକା ନିର୍ମାତାମାନଙ୍କ ମଧ୍ୟରୁ ଗୋଟେ ହୋଇଥିବା ବେଳେ ଅନେକ ଦେଶ କରୋନା ଟିକା କିଣିବା ପାଇଁ ଭାରତ ସହ ଯୋଗଯୋଗ କରିଥିବା ଜଣାପଡ଼ିଛି।

Image result for Serum Institute of India, UNICEF enter into long-term supply for COVID-19 vaccines Read more at: https://economictimes.indiatimes.com/news/politics-and-nation/serum-institute-of-india-unicef-enter-into-long-term-supply-for-covid-19-vaccines/articleshow/80685011.cms?utm_source=contentofinterest&utm_medium=text&utm_campaign=cppst The Economic Times

ଆଷ୍ଟ୍ରାଜେନେକା / ଅକ୍ସଫୋର୍ଡ ଟିକା କୋଭିସିଲ୍ଡକୁ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା ବେଳେ ନୋଭାଭ୍ୟାକ୍ସ ଟିକା ଆମେରିକାସ୍ଥିତ ନୋଭାଭ୍ୟାକ୍ସ ଇନକର୍ପୋରେସନ ଦ୍ବାରା ପ୍ରସ୍ତୁତ କରାଯାଉଛି। ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନେରେଟା ଫୋର କହିଛନ୍ତି ଯେ, ଆମେ ପୈନ ଆମେରିକୀୟ ସ୍ୱାସ୍ଥ୍ୟ ସଂଗଠନ (ପାହୋ) ସହିତ ଅନେକ ସଂଗଠନ ସହ ମିଶି ୧୦୦ଦେଶ ପାଇଁ ୧.୧ ବିଲିୟନ ଟିକା ଡୋଜ ଅର୍ଡର କରିଛୁ। ଏହି ଟିକା ସ୍ୱଳ୍ପ ଏବଂ ସ୍ୱଳ୍ପ ମଧ୍ୟମ ଆୟ ଲୋକଙ୍କୁ କମ ମୁଲ୍ୟରେ ଦିଆଯିବ। ସେରମ୍ ଇନଷ୍ଟିଚ୍ୟୁଟ୍ ସହ ଏହି ଚୁକ୍ତି କରି ଆମେ ବହୁତ ଖୁସି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe