ସିରମ୍‌ ତିଆରି କରିବ ସ୍ପୁଟନିକ-ଭି ଟିକା, ଡିସିଜିଆଇର ଅନୁମୋଦନ ଲୋଡ଼ିଲା

Advertisment
ସିରମ୍‌ ତିଆରି କରିବ ସ୍ପୁଟନିକ-ଭି ଟିକା, ଡିସିଜିଆଇର ଅନୁମୋଦନ ଲୋଡ଼ିଲା

ETIndia

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ଟିକା ନିର୍ମାତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ରୁଷ୍‌ର କୋଭିଡ ଟିକା ସ୍ପୁଟ୍‌ନିକ୍‌-ଭି ତିଆରି କରିବା ପାଇଁ ଭାରତର ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ (ଡିସିଜିଆଇ)ଙ୍କ ଅନୁମୋଦନ ଲୋଡ଼ିଛି। ଭାରତ ସରକାର ସ୍ପୁଟନିକ ଭି ଟିକାକୁ ଭାରତର ତୃତୀୟ କୋଭିଡ ଟିକା ଭାବେ ମଂଜୁରି ଦେଇଥିବାରୁ ଏହାକୁ ଦେଶରେ ବ୍ୟାପକ ଭାବେ ଉପଲବ୍ଧ କରାଇବା ପାଇଁ ସିରମ୍‌ ତତ୍ପରତା ଦେଖାଇଛି। କେନ୍ଦ୍ର ସରକାର କୋଭାକ୍ସିନ ଏବଂ କୋଭିସିଲ୍‌ଡ ପରେ ସ୍ପୁଟନିକ-ଭି ଟିକାକୁ ଟିକାକରଣରେ ସାମିଲ କରିଛନ୍ତି। ଏବେ ରୁଷ୍‌ରୁ ଆସିଥିବା ସ୍ପୁଟନିକ ଭି ଟିକାକୁ ଡ ରେଡିଜ୍‌ ଲାବୋରେଟୋରି ମାଧ୍ୟମରେ ଦେଶରେ ବିତରଣ କରାଯାଉଛି । ଗତ ମଂଗଳବାର ଦିନ ହାଇଦ୍ରାବାଦରେ ୩୦ ଲକ୍ଷ ଡୋଜ୍‌ ସ୍ପୁଟ୍‌ନିକ ଭି ଟିକା ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe