Petrol Pump: ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର: ପେଟ୍ରୋଲ ପମ୍ପରେ ମାରୁତି ଖୋଲିବ ସର୍ଭିସ ସେଣ୍ଟର...

Advertisment

ଏଣିକି ପେଟ୍ରୋଲ ପମ୍ପ ଗୁଡ଼ିକରେ ମାରୁତି ସୁଜୁକି ଇଣ୍ଡିଆ ସର୍ଭିସ ସେଣ୍ଟର ଖୋଲିବ। ଏଥିପାଇଁ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ଏବଂ ଇଣ୍ଡିଆନ୍ ଅଏଲ୍‌ କର୍ପୋରେସନ୍‌ (ଆଇଓସି) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

ଏଣିକି ପେଟ୍ରୋଲ ପମ୍ପ ଗୁଡ଼ିକରେ ମାରୁତି ସୁଜୁକି ଇଣ୍ଡିଆ ସର୍ଭିସ ସେଣ୍ଟର ଖୋଲିବ। ଏଥିପାଇଁ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ଏବଂ ଇଣ୍ଡିଆନ୍ ଅଏଲ୍‌ କର୍ପୋରେସନ୍‌ (ଆଇଓସି) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

petrol pump

petrol pump Photograph: (sambad.in)

ନୂଆଦିଲ୍ଲୀ: ଏଣିକି ପେଟ୍ରୋଲ ପମ୍ପ ଗୁଡ଼ିକରେ ମାରୁତି ସୁଜୁକି ଇଣ୍ଡିଆ ସର୍ଭିସ ସେଣ୍ଟର ଖୋଲିବ। ଏଥିପାଇଁ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ଏବଂ ଇଣ୍ଡିଆନ୍ ଅଏଲ୍‌ କର୍ପୋରେସନ୍‌ (ଆଇଓସି) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଦେଶର ବଛାବଛା ପେଟ୍ରୋଲ ପମ୍ପଗୁଡ଼ିକରେ ଏହି ସେଣ୍ଟର ସ୍ଥାପନ କରାଯିବ। କାର୍‌ ଗ୍ରାହକମାନେ ଗାଡ଼ିର ନିୟମିତ ରକ୍ଷଣାବେକ୍ଷଣ ସହିତ ଛୋଟକାଟିଆ ମରାମତି ଏବଂ ପ୍ରମୁଖ ସେବା ଏଠାରେ ପାଇପାରିବେ। 

ଆହୁରି ପଢନ୍ତୁ- India-EU Trade Pact In Final Stage: ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତ-ଇୟୁ ବାଣିଜ୍ୟ ଆଲୋଚନା

ଦେଶରେ ଆଇଓସିଏଲ୍‌ର ୪୧ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ରହିଛି। ସଂପ୍ରତି ମାରୁତି ସୁଜୁକି ଇଣ୍ଡିଆର ଦେଶର ୨୮୮୨ଟି ସହରରେ ୫୭୮୦ଟି ସର୍ଭିସ ଷ୍ଟେସନ ରହିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ମାରୁତି ସୁଜୁକି ଇଣ୍ଡିଆର ସର୍ଭିସ ସେଣ୍ଟର ଖୋଲିବା ଫଳରେ ଗାଡ଼ି ମାଲିକଙ୍କ ପାଇଁ ବିକ୍ରି ପରବର୍ତ୍ତୀ ସେବା ପାଇବା ସହଜ ହେବ।

ଆହୁରି ପଢନ୍ତୁ-  Donald Trump: ବିବାଦ ଭିତରେ ପୁଣି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି: ଜାଣନ୍ତୁ କେବେ ଆସୁଛନ୍ତି ଡୋନାଲ୍ଡ ଟ୍ରମ୍ପ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe