ମଧ୍ୟପ୍ରଦେଶର ଦାମୋହ ବସ୍‌ଷ୍ଟାଣ୍ଡ୍‌ରେ ଅଗ୍ନିକାଣ୍ଡ, କ୍ଷଣିକରେ ପୋଡ଼ିଗଲା ୭ଟି ବସ୍‌

Advertisment
ମଧ୍ୟପ୍ରଦେଶର ଦାମୋହ ବସ୍‌ଷ୍ଟାଣ୍ଡ୍‌ରେ ଅଗ୍ନିକାଣ୍ଡ, କ୍ଷଣିକରେ ପୋଡ଼ିଗଲା ୭ଟି ବସ୍‌

Image Courtesy of ANI

ଦାମୋହ: ଗତ ବିଳମ୍ବିତ ରାତ୍ରରେ ମଧ୍ୟପ୍ରଦେଶର ଦାମୋହସ୍ଥିତ ଏକ ବସ୍‌ଷ୍ଟାଣ୍ଡ୍‌ରେ ଅଗ୍ନିକାଣ୍ଡ ଘଟି ସାତଟି ବସ୍‌ ପୋଡ଼ିଯାଇଛି। ଗୋଟିଏ ପରେ ଗୋଟିଏ ବସ୍‌କୁ ନିଆଁ ଡେଇଁବାରୁ କ୍ଷଣିକରେ ୭ଟିଯାକ ବସ୍‌ ପୋଡ଼ିଗଲା।

ଚିଫ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଫ୍‌ ପୋଲିସ୍‌ ଅଭିଷେକ ତିଓ୍ଵାରିଙ୍କ କହିବା ଅନୁସାରେ, ଏହି ଘଟଣାରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, ନିଆଁ ଲାଗିଥିବାର ସୂଚନା ପାଇବା କ୍ଷଣି ସମ୍ପୃକ୍ତ କର୍ତ୍ତୃପକ୍ଷମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ‘ଫାୟାର୍‌ ବ୍ରିଗେଡ୍‌’ ସହାୟତାରେ ନିଆଁ ଲିଭାଇ ଦିଆଯାଇଛି। ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ। ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ିନାହିଁ। ଏହି ଘଟଣା ସମ୍ବନ୍ଧରେ ତଦନ୍ତ କରାଯିବ।

publive-image Image Courtesy of ANI

ନିଆଁ ଲାଗିଥିବା କଥା ପ୍ରଥମେ ଦେଖି ପୁଲିସକୁ ସୂଚନା ଦେଇଥିବା ଇମ୍ରାନ୍‌ ଖାଁ ନାମରେ ସେଠାକାର ଜଣେ ଚା ଦୋକାନୀ କହନ୍ତି, ଅଭୂତପୂର୍ବ ବେଗରେ ନିଆଁ ଚରିଯାଉଥିଲା। ଅଗ୍ନିଶିଖା ଦେଖିବା କ୍ଷଣି ମୁଁ ତୁରନ୍ତ ପୁଲିସକୁ ଫୋନ୍‌ କଲି। ନିଆଁ ପ୍ରଖର ବେଗରେ ଚରି ଯାଉଥିଲା। ମାତ୍ର ୧୦ ମିନିଟ୍‌ ମଧ୍ୟରେ ଏହି ଗାଡ଼ି ସବୁ ପୋଡ଼ିଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe