୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୭ଟି ଏନ୍‌କାଉଣ୍ଟର୍‌; ଅନ୍ୟୂନ ୭ଜଣ ଗିରଫ

Advertisment

Image Source: Zee News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଗତ ୨୪ ଘଣ୍ଟା ଭିତରେ ପୁଲିସ ସାଟି ଏନ୍‌କାଉଣ୍ଟର୍‌ କରିଛି। ଅନ୍ୟାନ୍ୟ ସହରଗୁଡ଼ିକ ମଧ୍ୟରେ ଏଥିରେ ରହିଛନ୍ତି ରାଏବରେଲି, ଗାଜିଆବାଦ ଏବଂ ମୋରାଦାବାଦ।

ସାତଟି ଏନ୍‌କାଉଣ୍ଟର୍‌ରୁ ତିନୋଟି ଘଟିଛି ଗାଜିଆବାଦରେ। ଏଥିରେ ୨୦ ହଜାରରୁ ୨୫ ହଜାର ଯାଏଁ ପୁରସ୍କାର ଥିବା ତିନି ଜଣଙ୍କୁ ଗିରଫ କରାଯାଇଛି। କବି ନଗର ଅଞ୍ଚଳ, ମୋଦୀ ନଗର ଅଞ୍ଚଳ ଏବଂ ବିଜୟ ନଗର ଅଞ୍ଚଳରେ ଏହି ଏନ୍‌କାଉଣ୍ଟର୍‌ ଚାଲିଥିଲା।

ଦିନ ବେଳା ହାପୁରରେ ପୁଲିସ ଦୁଇଜଣ ବାଇକ୍‌ ଆରୋହୀ ଅପରାଧୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ୟୁନିଫର୍ମ ପିନ୍ଧିଥିବା ଜଣେ ଅପରାଧୀ ଆହତ ହୋଇଥିଲା ଏବଂ ଅନ୍ୟ ଜଣେ ଧରାପଡ଼ିଛି। ଦୁଇଜଣ ପୁଲିସ କର୍ମଚାରୀ ଏହି ଏନ୍‌କାଉଣ୍ଟ୍‌ର୍‌ରେ ଆହତ ହୋଇଛନ୍ତି।

publive-image Representative Image Source: Indian Express

ମୋରାଦାବାଦରେ ପୁଲି ଜଣେ ଅପରାଧୀକୁ ଧରିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଛି। ଯାହାକୁ ଗିରଫ କରାଯାଇଛି ସେ ଜାନୁଆରି ୨୫ ତାରିଖ ଠାରୁ ଫେରାର ହୋଇ ଯାଇଥିଲା। ସେ ଗୋଟିଏ ଲୁଟ୍‌ ଘଟଣାରେ ଧରାପଡ଼ି ଥିଲା।

ରାୟବରେଲିରେ ପୁଲିସ ଗିରଫ କରିଥିବା ଅପରାଧୀ ପାଇଁ ୨୫୦୦୦ ଟଙ୍କା ପୁରସ୍କାର ରହିଥିଲା। ଗୋଡ଼ରେ ଗୁଳି ବାଜି ମୁଖ୍ୟ ଅପରାଧୀ ଧରାପଡ଼ିଥିବା ବେଳେ ତା’ର ସହଯୋଗୀ ଖସି ଯାଇଛି। ଏଥିରେ ମଧ୍ୟ ଜଣେ ପୁଲିସ ଆହତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe