ଛତିଶଗଡ଼: ସୁରକ୍ଷାବାହିନୀ ଗୁଳିରେ ୭ ମାଓବାଦୀ ମୃତ

ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତଙ୍କ ମଧ୍ୟରେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟିରେ ଥିବା ଜଣେ ଶୀର୍ଷ କମାଣ୍ଡର ଥିବା ଜଣାଯାଇଛି ।

maost

ନାରାୟଣପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତଙ୍କ ମଧ୍ୟରେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟିରେ ଥିବା ଜଣେ ଶୀର୍ଷ କମାଣ୍ଡର ଅଛି । ଘଟଣାସ୍ଥଳରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁରକ୍ଷା ବାହିନୀର ସୂଚନା ଅନୁଯାୟୀ, ଭୋର ୩ଟାରୁ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି।

ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ), କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଏବଂ ନାରାୟଣପୁର, ଦାନ୍ତେୱାଡା, ଜଗଦଲପୁର ଏବଂ କୋଣ୍ଡାଗାଓଁ ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ର ଏକ ମିଳିତ ଟିମ୍ ଦକ୍ଷିଣ ଅବୁଝମାଡ଼ ଅଞ୍ଚଳରେ ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସିଆରପିଏଫ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ଏସପି ପ୍ରଭାତ କୁମାର କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡିସେମ୍ବର ୧୫ରେ ବସ୍ତର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଶାହାଙ୍କ ବସ୍ତର ଗସ୍ତ ପୂର୍ବରୁ ସୁରକ୍ଷାବାହିନୀକୁ ଏହି ସଫଳତା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe