ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଭାରତୀୟ ନୌସେନାର ସାତ ନାବିକ, ଜଣେ ହାଓ୍ଵଲା ଅପରେଟର୍‌ ଗିରଫ

Advertisment
ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଭାରତୀୟ ନୌସେନାର ସାତ ନାବିକ, ଜଣେ ହାଓ୍ଵଲା ଅପରେଟର୍‌ ଗିରଫ

Illus Courtesy of The Times of India

ବିଶାଖାପଟନମ/ବିଜୟଓ୍ଵାଡ଼ା: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଭାରତୀୟ ନୌସେନାର ସାତଜଣ ନାବିକ ଏବଂ ମୁମ୍ବାଇର ଜଣେ ହାଓ୍ଵଲା ଅପରେଟର୍‌ଙ୍କୁ ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶ ପୁଲିସ ଗିରଫ କରିଛି। ଅନ୍‌ଲାଇନ୍‌ରେ କେତେକ ନାରୀ ଏମାନଙ୍କୁ ପ୍ରଲୋଭିତ କରି ନୌସେନାର ଜାହାଜ ବିଷୟରେ ଗୋପନ ତଥ୍ୟ ସଂଗ୍ରହ କରୁଥିଲେ।

ଏହି ଆଠଜଣଙ୍କୁ ଦେଶର ବିଭିନ୍ନ ଅଞ୍ଚଳରୁ ଗିରଫ କରାଯାଇ ବିଜୟଓ୍ଵାଡ଼ାସ୍ଥିତ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ସେମାନଙ୍କୁ ଜାନୁଆରି ୩ ତାରିଖଯାଏଁ ବିଚାର ବିଭାଗୀୟ ହାଜତ ଜିମାରେ ଦେଇଛନ୍ତି। ସେମାନଙ୍କ ବିରୋଧରେ ଅଫିସିଆଲ୍‌ ସିକ୍ରେଟ୍‌ ଆକ୍ଟ, ୧୯୨୩ ଚାର୍ଜ କରାଯାଇଛି।

ମହାରାଷ୍ଟ୍ରର ଯୋଧପୁର ଏବଂ ରାଜସ୍ଥାନର ଅଲ୍‌ଓ୍ଵାର୍‌, ହିମାଚଳ ପ୍ରଦେଶ ଏବଂ ଓଡ଼ିଶାରୁ ନୌସେନାର ଏହି ନାବିକମାନଙ୍କୁ ଗିରଫ କରାଯାଇଛି।

publive-image Image Courtesy of Hindustan Times

‘ଅପରେସନ୍‌ ଡଲ୍‌ଫିନ୍‌ ନୋଜ୍‌’- ଏହି କୋଡ୍‌ ନାମରେ ଦେଶ ତମାମ ଗୁପ୍ତଚରଗିରି ସମ୍ପର୍କରେ ତଦନ୍ତ ଚାଲିଥିଲା। କେନ୍ଦ୍ରୀୟ ନିରାପତ୍ତା ଏଜେନ୍‌ସି ଏବଂ ଭାରତୀୟ ନୌସେନା ଗୁଇନ୍ଦା ସହଯୋଗରେ ଏଥିରେ ସହଯୋଗ କରିଥିଲେ।

ତଦନ୍ତକାରୀମାନେ କହିଛନ୍ତି ଯେ ୨୦୧୮ ମଧ୍ୟ ଭାଗରୁ ବିଶାଖାପଟନମ୍‌, ମୁମ୍ବାଇ ଏବଂ କର୍‌ଓ୍ଵାର୍‌ ବେସ୍‌ରେ ନିଯୁକ୍ତ ଏହି ସାତଜଣ ନାବିକ ଜଣେ ଆଇଏସ୍‌ଆଇ ହ୍ୟାଣ୍ଡ୍‌ଲର୍‌ଙ୍କୁ ଭାରତୀୟ ଜାହାଜ ଓ ବୁଡ଼ା ଜାହାଜର ଅବସ୍ଥିତି ବିଷୟରେ ସ୍ପର୍ଶକାତର ତଥ୍ୟ ଯୋଗାଇ ଦେଉଥିଲେ। ତିନି ଚାରି ଜଣ ନାରୀ ଏମାନଙ୍କ ସହ ଅନ୍‌ଲାଇନ୍‌ରେ ସମ୍ପର୍କ ରଖି ଜଣେ ବ୍ୟବସାୟୀ ଏବଂ ଆଇଏସ୍‌ଆଇ ହ୍ୟାଣ୍ଡ୍‌ଲର୍‌ଙ୍କ ସହ ପରିଚୟ କରାଇ ଦେଇଥିଲେ।

ଆନ୍ଧ୍ରପ୍ରଦେଶ ପୁଲିସର କାଉଣ୍ଟର୍‌-ଇଣ୍ଟେଲିଜେନ୍‌ସ୍‌ ଟିମ୍‌ କହିଛି ଯେ ହାଓ୍ଵଲା ଅପରେଟର୍‌ଙ୍କ ପାଖରେ ବଡ଼ ଧରଣର ଗୁପ୍ତଚର ର‍୍ୟାକେଟ୍‌ ସମ୍ବନ୍ଧରେ ସୁରାକ୍‌ ଥାଇପାରେ। ଏଥିପାଇଁ ଟିକିନିଖି ତଦନ୍ତ ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe