ଅଗ୍ନିକାଣ୍ଡରେ ୭ ମୃତ, ୯ ଜଣ ଆହତ

Advertisment
ଅଗ୍ନିକାଣ୍ଡରେ ୭ ମୃତ, ୯ ଜଣ ଆହତ

The Economic Times

ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋରର ସ୍ବର୍ଣ୍ଣବାଗ ଅଞ୍ଚଳରେ ଶନିବାର ଦିନ ଏକ ୨ ମହଲା କୋଠାଘରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଛନ୍ତି। ଘରର ବେସମେଣ୍ଟ୍‌‌‌ରେ ଥିବା ମୁଖ୍ୟ ବିଦ୍ୟୁତ ସପ୍ଲାଏ ସିଷ୍ଟମ୍‌ରେ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗି ଯାଇଥିଲା। ଏହାପରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକରେ ନିଆଁ ଲାଗିଥିଲା ଏବଂ ପରେ ସମଗ୍ର ଘରକୁ ନିଆଁ ବ୍ୟାପି ଯାଇଥିଲା।

ଇନ୍ଦୋର ପୁଲିସ କମିସନର ହରିନାରାୟଣ ମିଶ୍ର କହିଛନ୍ତି, ରାତି ୨ଟାରେ ନିଆଁ ଲାଗିଥିଲା। ଏହି ସମୟରେ ସମସ୍ତେ ଶୋଇଥିବାରୁ ନିଜକୁ ବଞ୍ଚାଇ ପାରିନଥିଲେ। ନିଆଁ ଏବଂ କଳାଧୁଆଁ ଯୋଗୁଁ ଲୋକେ ବାହାରି ପାରିନଥିଲେ। ଅଗ୍ନିକାଣ୍ଡ ସମୟରେ ପ୍ରାୟ ୧୨ ଜଣ ଲୋକ ଏହି ବିଲ୍ଡିଂରେ ଥିଲେ। ପଡ଼ୋଶୀମାନେ ଝରକା ଭାଙ୍ଗି ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଘର ମାଲିକ ଅନସର ପଟେଲ୍‌ଙ୍କୁ ପୁଲିସ ଅଟକ ରଖି ଜେରା କରୁଛି। ବିଲ୍ଡିଂରେ କୌଣସି ଅଗ୍ନି ସୁରକ୍ଷା ବ୍ୟବସ୍ଥା ନଥିଲା। ଅବହେଳା ଯୋଗୁଁ ଏତେ ଗୁଡ଼ିଏ ଜୀବନହାନୀ ହୋଇଥିବାରୁ ପୁଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଚୌହାନ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe