India Today
ନୂଆଦିଲ୍ଲୀ : କରୋନା କାହା ପାଇଁ ଦାରୁଣ ଦୁଃଖ ଦେଇଛି ତ ଆଉ କେହି ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହୋଇଛନ୍ତି। ଗୃହବନ୍ଦୀ ହୋଇ ନିଜର ପାରଦର୍ଶିତା ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ରାଷ୍ଟ୍ରକବି ମୈଥିଳୀଶରଣ ଗୁପ୍ତ ଏବଂ ସନ୍ଥକବି ସିୟାରାମଶରଣ ଗୁପ୍ତଙ୍କ ସାତ ବର୍ଷର ନାତୁଣୀ ଅଭିଜିତା। ସେ ଲେଖିଥିବା ପୁସ୍ତକ ପାଇଁ ପୃଥିବୀର ସର୍ବକନିଷ୍ଠ ଲେଖକ ମାନ୍ୟତା ହାସଲ କରିଛନ୍ତି।
ଗାଜିଆବାଦର ଏକ ଇଂରାଜୀ ମାଧ୍ୟମ ସ୍କୁଲର ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ଅଭିଜିତା କରୋନାକୁ ନେଇ କିଛି କବିତା ଏବଂ ଗପ ଲେଖିଥିଲେ। ସବୁଗୁଡ଼ିକୁ ଏକାଠି କରି ‘ହାପିନେସ୍ ଅଲ୍ ଆରାଉଣ୍ଡ୍’ ଶୀର୍ଷକ ଏକ ପୁସ୍ତକ ପ୍ରକାଶ କରିବା ପାଇଁ ଆଗ୍ରହ ପ୍ରକାଶ କଲେ। ପୁସ୍ତକଟି ପ୍ରକାଶ ପାଇବା ପରେ ଏହା ବେଶ୍ ପ୍ରଶଂସା ସାଉଁଟିଥିଲା। ଦ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ଅଭିଜିତାଙ୍କୁ ପୃଥିବୀର ସର୍ବକନିଷ୍ଠ ଲେଖକ ମାନ୍ୟତା ମିଳିଛି।
Follow Us