ଜମ୍ମୁକାଶ୍ମୀରରେ ପ୍ରକୃତିର ତାଣ୍ଡବ: ଲଗାଣବର୍ଷାରୁ ଭୂସ୍ଖଳନ, ପ୍ରଳୟ ପାଟିରେ ପଶିଗଲା ଘର

jammu rain

Photograph: (sambad.in)

ଶ୍ରୀନଗର: ଜମ୍ମୁକାଶ୍ମୀରରେ ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁଁ ଭୁଶୁଡି ପଡିଛି ଅନେକ ଘର । ତେବେ ଅଦିନିଆ ବର୍ଷା ହଠାତ ଆଣିଲା କାଳ । ଜମ୍ମୁକାଶ୍ମୀରରେ ପ୍ରଳୟ ରଚିଛି ଲଗାଣବର୍ଷା । ବିଭିନ୍ନ ସ୍ଥାନରେ ବର୍ଷା ସହ ଭୂସ୍ଖଳନ ଘଟିଛି । 

ଆଜି ରାମବଣ ଅଞ୍ଚଳରେ ପାହାଡ଼ ଧସିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୧୦ରୁ ଅଧିକ କାଦୁଅ ପାଣିରେ ଭାସିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଁଚି ଖୋଜାଖୋଜି ଜାରି ରଖିଛି । 

କୁଆପଥର ବର୍ଷା, ପବନ ଓ ଭୂସ୍ଖଳନପେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଅନେକ ଲୋକଙ୍କ ଘର ତଥା ଧନ ସମ୍ପତ୍ତି ନଷ୍ଟ ହୋଇଛି । ଜାତୀୟ ରାଜପଥ ଅବରୋଧ ହୋଇଥିବାବେଳେ ଉଦ୍ଧାର କାମ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe