ମୁଜାଫର୍‌ନଗରରେ ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ମୁହାଁମୁହିଁ, ଅନେକ ଆହତ

Advertisment
ମୁଜାଫର୍‌ନଗରରେ ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ମୁହାଁମୁହିଁ, ଅନେକ ଆହତ

ମୁଜାଫର୍‌ନଗର: ଉତ୍ତରପ୍ରଦେଶର ମୁଜାଫର୍‌ନଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୋମବାର ସ୍ଥାନୀୟ ଅଞ୍ଚଳରେ କିଛି ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜି ଅନେକ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ରହିଛି ଯେ ଉଭୟ ପକ୍ଷରୁ ହିଂସାତ୍ମକ ଆଚରଣ ପ୍ରଦର୍ଶନ ହେବା ପରେ ସଂଘର୍ଷ ଉପୁଜିଥିଲା ଓ ପରେ ହାତାହାତି ପରିସ୍ଥିିତି ସୃଷ୍ଟି ହୋଇଥିଲା।

ଏହି ଘଟଣା ସଂପର୍କରେ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ସୂଚନା ଦେଇଛନ୍ତି ରାଷ୍ଟ୍ରୀୟ ଲୋକ ଦଳ(ଆର୍‌ଏଲ୍‌ଡି) ନେତା ଜୟନ୍ତ ଚୌଧୁରୀ। ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ ‘ସୋରମ ଗାଁରେ ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ସଂଘର୍ଷ, ଅନେକ ଲୋକ ଆହତ। କୃଷକଙ୍କ ପକ୍ଷରେ କିଛି ନକରି ପାରିଲେ ବି, ବ୍ୟବହାର ତ ଭଲ ରଖ। ଅତିକମ୍‌ରେ କୃଷକଙ୍କୁ ସମ୍ମାନ ତ ଦିଅ। ନୂଆ ଆଇନ୍‌ର ଭଲ ପକ୍ଷ ଦେଖାଇବାକୁ ଚେଷ୍ଟା କରୁଥିବା ସରକାରଙ୍କ ଏହି ପ୍ରତିନିଧୀମାନଙ୍କୁ ଗ୍ରାମବାସୀ ସହ୍ୟ କରିବେ ତ?’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଘଟଣାଟି ହେଉଛି ସାହାପୁର ପୁଲିସ୍‌ ‌ଷ୍ଟେସନ୍‌ ଅଧୀନସ୍ଥ ସୋରମ ଗାଁର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe