Image Courtesy of India Today
ନୂଆଦିଲ୍ଲୀ: ଗତ ମଧ୍ୟରାତ୍ରରେ ପାକିସ୍ତାନରେ ଗୁରୁତର ବିଜୁଳି ବିଭ୍ରାଟ କାରଣରୁ ଦେଶର ଅଧିକାଂଶ ଅଞ୍ଚଳ ସମେତ ପ୍ରମୁଖ ସହରଗୁଡ଼ିକ ଘନ ଅନ୍ଧାରରେ ଡୁବି ଯାଇଥିଲା।
ପାକିସ୍ତାନର ମୁଖ୍ୟ ସହର କରାଚି, ଲାହୋର, ଇସ୍ଲାମାବାଦ, ରାଓ୍ଵଲପିଣ୍ଡି, ମୁଲ୍ତାନ୍ ଏବଂ ଅନ୍ୟାନ୍ୟ ସହର ଏହି ବିଜୁଳି ବିଭ୍ରାଟ ଯୋଗୁଁ ବିଶେଷ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନ ଅଧିକୃତ କଶ୍ମୀରରେ ମଧ୍ୟ ଏହି ବିଜୁଳି ବିଭ୍ରାଟ ଅନୁଭୂତ ହୋଇଥିଲା ଏବଂ ଏଥିଯୋଗୁଁ ମୋବାଇଲ୍ ଓ ଇଣ୍ଟର୍ନେଟ୍ ସେବା ବାଧାପ୍ରାପ୍ତ ହୋଇଥିଲା।
Image Courtesy of Hindustan Timesକରାଚିରେ ଥିବା ଜିନ୍ନା ଆନ୍ତର୍ଜାତିକ ବିମାନ ବନ୍ଦର ବି ବିଜୁଳି ବିଭ୍ରାଟ ଯୋଗୁଁ ବିଶେଷ ପ୍ରଭାବିତ ହୋଇଥିଲା।
ପାକିସ୍ତାନରେ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିବା କଥାକୁ ସୁନିଶ୍ଚିତ କରି ଶକ୍ତିମନ୍ତ୍ରୀ ଆୟୁବ ଖାଁ ଟୁଇଟ୍ କରିଥିଲେ, ହଠାତ୍ ବିଜୁଳି ସରବରାହ ବ୍ୟବସ୍ଥାର ‘ଫ୍ରିକ୍ୱେନ୍ସି’ କମି ଯିବାରୁ ଦେଶବ୍ୟାପୀ ବିଜୁଳି ଚାଲିଯାଇଥିଲା।
ଶକ୍ତିମନ୍ତ୍ରାଳୟ କହିବା ଅନୁସାରେ, ଜାତୀୟ ବିଜୁଳି ବଣ୍ଟନ ବ୍ୟବସ୍ଥା ପାଇଁ ଗୁଡ୍ଡୁ ଠାରେ ଥିବା ଗ୍ରିଡ୍ରେ ହଠାତ୍ ୧ ସେକେଣ୍ଡ୍ରୁ କମ୍ ସମୟ ମଧ୍ୟରେ ବିଜୁଳି ପ୍ରବାହ ଧାରା ୫୦ ଫ୍ରିକ୍ୱେନ୍ସିରୁ ଶୂନ୍ୟକୁ (୦) ହ୍ରାସ ପାଇବାରୁ ‘ପାଓ୍ଵାର୍ ପ୍ଲାଣ୍ଟ୍’ ବନ୍ଦ ହୋଇଯାଥିଲା।
କେଉଁ କାରଣରୁ ଏ ଭଳି ଘଟିଲା ତାହା ଜାଣିବାକୁ ଉଦ୍ୟମ ଚାଲିଥିବା କହି ଦେଶବାସୀଙ୍କୁ ଶାନ୍ତ ରହିବାକୁ ସେ ଅନୁରୋଧ କରିଥିଲେ।
Follow Us