ନିରାପତ୍ତା ବଳଙ୍କ ତ୍ରୁଟି: ଗୁଳିଚୋଟରେ ନାଗାଲାଣ୍ଡ୍‌ର ମୋନ୍‌ରେ ଜଣେ ଯବାନଙ୍କ ସମେତ ୧୩ଜଣ ସାଧାରଣ ନାଗରିକ ନିହତ

Advertisment
ନିରାପତ୍ତା ବଳଙ୍କ ତ୍ରୁଟି: ଗୁଳିଚୋଟରେ ନାଗାଲାଣ୍ଡ୍‌ର ମୋନ୍‌ରେ ଜଣେ ଯବାନଙ୍କ ସମେତ ୧୩ଜଣ ସାଧାରଣ ନାଗରିକ ନିହତ

Image Courtesy of India Today

କୋହିମା: ଶନିବାର ସନ୍ଧ୍ୟାରେ ମିଆଁମାର୍‌ ସୀମାନ୍ତକୁ ଲାଗିଥିବା ନାଗାଲାଣ୍ଡ୍‌ର ମୋନ୍‌ ଜିଲ୍ଲା ଅନ୍ତର୍ଗତ ଓଟିଙ୍ଗ୍‌ରେ ବିଦ୍ରୋହ ଦମନ ଅଭିଯାନରେ ବିଭ୍ରାଟ ଘଟିବାରୁ ନିରପତ୍ତା ବଳଙ୍କ ଗୁଳିଚୋଟରେ ସାଧାରଣ ନାଗରିିକଙ୍କ ସମେତ ୧୩ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି। ଏହି ଗୁଳିକାଣ୍ଡରେ ଜଣେ ନିରାପତ୍ତା ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଘଟଣାସ୍ଥଳରୁ ୬ଜଣଙ୍କ ଶବ ଉଦ୍ଧାର କରାଯାଇଛି। ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି। ପ୍ରାପ୍ତ ସୂଚନା ଅନୁସାରେ, ବିଶେଷସୂତ୍ରରୁ ସୂଚନା ପାଇ ନିରାପତ୍ତା ବଳ ତିରୁ-ଓଟିଙ୍ଗ୍‌ ରାସ୍ତାରେ ଅତର୍କିତ ଆକ୍ରମଣ ପାଇଁ ଯୋଜନା କରିଥିଲେ। କିନ୍ତୁ, ବିଦ୍ରୋହୀଙ୍କ ଭ୍ରମରେ ପିକ୍‌-ଅପ୍‌ ଟ୍ରକ୍‌ରେ ଆସୁଥିବା କିଛି  ଗ୍ରାମବାସୀଙ୍କ ଉପରକୁ ଗୁଳି ଚଳାଇଥିଲେ।

publive-image Image Courtesy of NDTV

ଗ୍ରାମବାସୀଙ୍କ ମୃତ୍ୟୁ ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ଉତ୍ତ୍ୟକ୍ତ ହୋଇ ନିରାପତ୍ତା ବଳଙ୍କୁ ଘେରି ଯାଇଥିଲେ। ଫଳରେ ଆତ୍ମରକ୍ଷା ନିମନ୍ତେ ନିରାପତ୍ତା ବଳଙ୍କୁ ଗୁଳି ଚଳାଇବାକୁ ପଡ଼ିଲା। ଏଥିଯୋଗୁଁ କେତେକ ଗ୍ରାମବାସୀଙ୍କ ଦେହରେ ଗୁଳିଚୋଟ ଲାଗିଥିବା କଥା ପୁଲିସ କହିଛି।

ଉତ୍ତ୍ୟକ୍ତ ଜନତା ନିରାପତ୍ତା ବଳଙ୍କ କେତେକ ଗାଡ଼ିକୁ ମଧ୍ୟ ପୋଡ଼ି ପକାଇଛନ୍ତି।

ରାଜ୍ୟରେ ସାଧାରଣ ନାଗରିକଙ୍କ ମୃତ୍ୟୁର କାରଣ ହୋଇଥିବା ଏଭଳି ଦୁଃଖଦ ଘଟଣା ବିଷୟରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ନେଫିୟୁ ରି‌ୟୋ ଲେଖିଛନ୍ତି, ଓଟିଙ୍ଗ୍‌ରେ ସାଧାରଣ ନାଗରିକଙ୍କ ମୃତ୍ୟୁଜନିତ ଦୁଃଖଦ ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଉଚ୍ଚସ୍ତରୀୟ ‘ଏସ୍‌ଆଇଟି’ ଘଟଣାର ତଦନ୍ତ କରିବ ଏବଂ ଦେଶର ଆଇନ ଅନୁସାରେ ନ୍ୟାୟ ଦିଆଯିବ। ଶାନ୍ତି ରକ୍ଷା ନିମନ୍ତେ ସମସ୍ତଙ୍କୁ ନିବେଦନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe