ସିଦ୍ଦରାମେୟା ଶପଥ ଗ୍ରହଣ ଉତ୍ସବରେ ଦେଖାଯିବ ବିରୋଧୀ ଏକତା

Advertisment
ସିଦ୍ଦରାମେୟା ଶପଥ ଗ୍ରହଣ ଉତ୍ସବରେ ଦେଖାଯିବ ବିରୋଧୀ ଏକତା

photo-deccan chronicle

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥକୁ ବିରୋଧୀ ଏକତାର ପ୍ରତୀକ କରିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଛି। ସିଦ୍ଧରମୈୟାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ କେତେକ ବିରୋଧୀ ଦଳକୁ ବାଦ୍ ଦେଲେ କଂଗ୍ରେସ ଅଧିକାଂଶ ଦଳକୁ ନିମନ୍ତ୍ରଣ ପଠାଇଛି। ବିରୋଧୀ ଦଳ ନେତାଙ୍କ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ନିଶ୍ଚିତ କରିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର, ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମକେ ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା ନେତା ଉଦ୍ଧବ ଠାକରେଙ୍କୁ  ସିଦ୍ଧରମୈୟାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି ।  ସେହିପରି  ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ନିମନ୍ତ୍ରଣ କରାଯାଇଛି ।

ତେବେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ସେମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ବିଏସପି ନେତ୍ରୀ ମାୟାବତୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଏହି ନେତାମାନେ ୩ୟ ସାମୁଖ୍ୟ ଗଠନ ପାଇଁ ଉଦ୍ୟମ କରୁଛନ୍ତି ଅଥବା କଂଗ୍ରେସ ସହ ପ୍ରତିଦ୍ବନ୍ଦ୍ବିତାରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe