ଟରୋଣ୍ଟୋରେ ଗୁଳିକାଣ୍ଡ; ୨ ନିହତ, ୯ ଆହତ

Advertisment
ଟରୋଣ୍ଟୋରେ ଗୁଳିକାଣ୍ଡ; ୨ ନିହତ, ୯ ଆହତ

ନୂଆଦିଲ୍ଲୀ: ରବିବାର ରାତିରେ ଟରୋଣ୍ଟୋରେ ଆଖିବୁଜା ଗୁଳି ଚାଳନା ଯୋଗୁଁ  ୨ ଜଣ ପ୍ରାଣ ହରାଇବା ସହ ଜଣେ  ପିଲା ସମେତ ୯ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ବୋଲି ଟରୋଣ୍ଟୋ ପୁଲିସ ଟୁଇଟ୍‌ କରିଛି।

ଟରୋଣ୍ଟୋ ପାରାମେଡିକ୍‌ସ୍‌ ସର୍ଭିସ କହିଛି କି, ସେମାନେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା କରିଛନ୍ତି। ପରେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନିଆ ଯାଇଛି। ସେଠାକାର ସମୟ ରାତି ପ୍ରାୟ ୧୦ଟା ବେଳେ ଡାନ୍‌ଫୋର୍ଥର ଏକ ରେସ୍ତୋରାଁ ବାହାରେ ଗୁଳିକାଣ୍ଡ ଘଟିଥିଲା।

ଗୁଳି ଚାଳନା  ତୁହାକୁ ତୁହା କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅାତତାୟୀମାନେ ସମୁଦାୟ ୨୦ ରୁ ୩୦ ଥର ଗୁଳି ଚାଳନା କରିଥିଲେ। ଘଟଣା ପରେ ସେ ଅଞ୍ଚଳକୁ ପୁଲିସ କର୍ଡର୍ଣ୍ଣ କରିବା ସହ ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe