ମାନବଜାତି ପାଇଁ ବିପର୍ଯ୍ୟୟ ଆଣିପାରେ: ଜାତିସଂଘ
ରୁଷ କ୍ଷେପଣାସ୍ତ୍ର ମାଡ଼ରେ ବହୁ ପ୍ରତିଷ୍ଠାନ ଧ୍ବଂସ
ୟୁକ୍ରେନ୍ରେ କମାଣ୍ଡୋ ଅପରେସନ ଆରମ୍ଭ
କିବ୍ : ୟୁକ୍ରେନ୍ ରାଜଧାନୀ କିବ୍ରେ ଶୁକ୍ରବାର ଦିନ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଶୁକ୍ରବାର ସକାଳୁ ଅପରାହ୍ନ ୩ଟା ମଧ୍ୟରେ ୯ ଥର କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ରକେଟ ବର୍ଷା କରାଯାଇଛି। କିବ୍ର ନାଗରିକ ସେନା ସହରତଳି ଅଞ୍ଚଳରେ ରୁଷ୍ ସେନା ସହିତ ମୁହାଁମୁହିଁ ହୋଇଥିବା ବେଳେ ସେଠାରେ ମିଲିସିଆ ନିୟନ୍ତ୍ରଣରେ ଥିବା ଅନେକ କୋଠାକୁ ରୁଷ୍ ନଷ୍ଟ କରିଦେଇଛି। କିବ୍ ଦଖଲ ପାଇଁ ୨୪ ଘଣ୍ଟା ମଧ୍ୟରେ ରୁଷ୍ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ରୁଷ୍ର କମାଣ୍ଡୋ ଅପରେସନ ଆରମ୍ଭ ହୋଇଛି। ବାୟୁସେନାର ଆକ୍ରମଣରେ ଗୋଟିଏ ପଟେ ୟୁକ୍ରେନ୍ ସେନାର ବିଭିନ୍ନ ପ୍ରତିଷ୍ଠାନ ଏବଂ ଯୁଦ୍ଧାସ୍ତ୍ର ନଷ୍ଟ କରାଯାଉଥିବା ବେଳେ ଅନ୍ୟପଟେ କମାଣ୍ଡୋ ବାହିନୀ ନିର୍ଦ୍ଦିଷ୍ଟ ଟାର୍ଗେଟ୍ ଉପରେ ଆକ୍ରମଣ କରି ତାହାକୁ ନିଷ୍କ୍ରିୟ କରିଦେଉଛନ୍ତି।
ଅନ୍ୟପକ୍ଷରେ ଏବେ ପରମାଣୁ ଯୁଦ୍ଧ ଆଶଙ୍କାକୁ ନେଇ ପୁଣି ଚର୍ଚା ଆରମ୍ଭ ହେଲାଣି। ୮ ଦିନ ହେଲା ରୁଷ ୟୁକ୍ରେନରେ ଯୁଦ୍ଧ ଚଳାଇଥିଲେ ମଧ୍ୟ ଏହାକୁ ବିଶେଷ ସଫଳତା ମିଳୁନାହିଁ। ସେପଟେ ଆମେରିକା ସମେତ ଅନେକ ୟୁରୋପୀୟ ରାଷ୍ଟ୍ର କଟକଣା ଜରିଆରେ ରୁଷର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାକୁ ଯୋଜନା ଚଳାଇଛନ୍ତି। ଏଭଳି ସ୍ଥଳେର ରୁଷ୍ ବିଚଳିତ ହୋଇ ପରମାଣୁ ଆକ୍ରମଣର ଆଶ୍ରୟ ନେଇପାରେ ବୋଲି କେତେକ ରାଷ୍ଟ୍ର ଆଶଙ୍କା ପ୍ରକାଶ କଲେଣି।
The Australianତେବେ ଜାତିସଂଘ ଏହାକୁ ନେଇ ରୁଷକୁ ଚେତାବନୀ ଶୁଣାଇଦେଇଛି। କହିଛି ଯେ ପରମାଣୁ ଯୁଦ୍ଧ ସମଗ୍ର ମାନବଜାତି ପାଇଁ ବିପର୍ଯ୍ୟୟ ଆଣିବ। ତେଣୁ କୌଣସି ପକ୍ଷ ଏସଂପର୍କରେ କେବେ ଭାବିବା ଉଚିତ ନୁହେଁ।
ଇତିମଧ୍ୟରେ କିବ୍ ଦଖଲ ଲାଗି ରୁଷ ଆକ୍ରମଣକୁ ଜୋରଦାର କରିଛି। ସହରରେ ମୁତୟନ ଥିବା ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ରୁଷ୍ ନଷ୍ଟ କରିଦେଇଛି। ଆକାଶରୁ ଆକ୍ରମଣ କରି କିବ୍କୁ ଛାରଖାର କରିବା ପରେ ପଦାତିକ ବାହିନୀ ଲକ୍ଷାଧିକ ସଂଖ୍ୟାରେ କିବ୍ରେ ପଶିବା ପାଇଁ ଯୋଜନା କରିଛନ୍ତି। କିବ୍ର ବାୟୁସୀମା ସଂପୂର୍ଣ୍ଣ ଭାବେ ରୁଷ୍ ନିୟନ୍ତ୍ରଣକୁ ଚାଲିଯାଇଛି ଏବଂ ୟୁକ୍ରେନ୍ ବାୟୁସେନାର ପତ୍ତା ମିଳୁନାହିଁ। କିନ୍ତୁ ଯେକୌଣସି ମୂହୂର୍ତ୍ତରେ ଏହା ଅତ୍ୟନ୍ତ ଭୟାନକ ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏପରିକି ପରମାଣୁ ଅସ୍ତ୍ର ପ୍ରୟୋଗ ନେଇ ଭୟ ଘାରିଲାଣି।
Republic Worldୟୁକ୍ରେନ୍ ସେନାର ପ୍ରତିଷ୍ଠାନଗୁଡ଼ିକୁ ଧ୍ବଂସ କରିବା ପାଇଁ ରୁଷ୍ କ୍ଷେପଣାସ୍ତ୍ର ଏବଂ ରକେଟ୍ ବ୍ୟବହାର କରୁଥିବା ବେଳେ ଉପକଷ୍ଟ ଅଂଚଳରେ ୟୁକ୍ରେନ୍ ସେନାକୁ ରୋକିବାକୁ ଗୋଳା ବର୍ଷା ଜାରି ରଖିଛି। କିବ୍ର ମୁଖ୍ୟ ଟିଭି ଷ୍ଟେସନ୍ ଏବଂ ରେଡିଓ କେନ୍ଦ୍ରଗୁଡ଼ିକୁ ମଧ୍ୟ ରୁଷ୍ ନିୟନ୍ତ୍ରଣ କରିନେଲାଣି। ସହରକୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ଯେ କୌଣସି ମୁହୂର୍ତ୍ତରେ ବିଶାଳ ଅଭିଯାନ ଆରମ୍ଭ ହେବାକୁ ଥିବାରୁ ସ୍ଥାନୀୟ ଲୋକେ ପ୍ରାଣ ବିକଳରେ ସହର ଛାଡ଼ୁଛନ୍ତି। ରୁଷ୍ ଯୁଦ୍ଧ ବିମାନରୁ ଆକ୍ରମଣ ଜାରି ରହିଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଓ ବଙ୍କରରେ ରହିବାକୁ କୁହାଯାଇଛି।
ଲୋକଙ୍କୁ ସହର ଛାଡ଼ିବା ପାଇଁ ନିର୍ଦ୍ଧାରିତ କରିଡର ବ୍ୟବସ୍ଥା ହୋଇଛି ଏବଂ ରୁଷ୍ ଏଥିରେ ସହଯୋଗ କରୁଛି। ଗତକାଲି ଦ୍ବିତୀୟ କଥାବାର୍ତ୍ତା ବିଫଳ ହେବା ପରେ କିବ୍କୁ ଖୁବ୍ଶୀଘ୍ର ନିଜ ନିୟନ୍ତ୍ରଣକୁ ନେବାକୁ ରୁଷ୍ ନିଷ୍ପତ୍ତି ନେଇସାରିଛି। କିବ୍ ଅଭିମୁଖେ ପ୍ରାୟ ୬୪ କିମି ଲମ୍ବ ରୁଷ୍ ସୈନିକଙ୍କ ଯାନବାହନ ଧାଡ଼ି ଯାଉଥିବାର ଦେଖିବାକୁ ମିଳିଛି।
Follow Us