‘ଅସାନି’ ଓଡ଼ିଶା ଉପକୂଳରେ ପହଞ୍ଚିବା ବେଳକୁ ଦୁର୍ବଳ ହୋଇ ଶକ୍ତି ହରାଇଥିବ : ଆଇଏମଡି ଡିଜି

Advertisment
‘ଅସାନି’ ଓଡ଼ିଶା ଉପକୂଳରେ ପହଞ୍ଚିବା ବେଳକୁ ଦୁର୍ବଳ ହୋଇ ଶକ୍ତି ହରାଇଥିବ : ଆଇଏମଡି ଡିଜି

ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ର ଗତିପଥରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ଫଳରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କରାଯାଇଥିବା ପୂର୍ବ ଆକଳନରେ ପରିବର୍ତ୍ତନ ଘଟିଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଏ ସଂପର୍କରେ  ଟେଲିଫୋନ୍‌ରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ଆଜି ବିଳମ୍ବିତ ରାତ୍ରି କିମ୍ବା କାଲି ପ୍ରତ୍ୟୁଷରୁ ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଖାଲି ସାମୁଦ୍ରିକ ବାତ୍ୟା ରୂପରେ ଉତ୍ତର ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ବିଶାଖାପାଟଣା ଦେଇ ଅତିକ୍ରମ କରିବ। ଏବେଠାରୁ ଦୁର୍ବଳ ହେବାକୁ ଆରମ୍ଭ କରିଥିବା ‘ଅସାନି’ କାକିନାଡ଼ା ଓ ବିଶାଖାପାଟଣା ଉପକୂଳ ଅତିକ୍ରମ କଲାବେଳକୁ ‘ଅସାନି’ର ଅଧାଭାଗ ସ୍ଥଳଭାଗରେ ରହିଥିବା ବେଳେ ବାକି ଅର୍ଦ୍ଧେକ  ସମୁଦ୍ର ମଧ୍ୟରେ ରହିଥିବ। ଏହିପରି ଅବସ୍ଥାରେ ସାମୁଦ୍ରିକ ବାତ୍ୟା ଗୋପାଳପୁର ଆଡ଼କୁ ଓଡ଼ିଶା ମୁହାଁ ହେବ। କିନ୍ତୁ ସେତେବେଳକୁ ଏହା ଆଉ ସାମୁଦ୍ରିକ ବାତ୍ୟା ନହୋଇ ଏକ ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇ ସାରିଥିବ।

ଏ ଅବସ୍ଥାରେ ଓଡ଼ିଶାର ସ୍ଥଳ ଭାଗରେ ଆଉ କୌଣସି ବିଶେଷ ପ୍ରଭାବ ପକାଇବାରେ ସମର୍ଥ ହେବନି ‘ଅସାନି’। ପୂର୍ବରୁ ଓଡ଼ିଶା ଉପକୂଳରେ ଯେଉଁ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଥିଲା ସେପରି ବେଗରେ ମଧ୍ୟ ପବନ ବହିବ ନାହିଁ। ଏହାର ପ୍ରଭାବରେ କେବଳ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ଏବଂ ସମୁଦ୍ର ଅଶାନ୍ତ କହିବ। ତେଣୁ, ୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମସ୍ତ୍ୟଜୀବୀମାନଙ୍କୁ ବାରଣ କରିଛନ୍ତି ଶ୍ରୀ ମହାପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe