‘ଅସାନି’ ମୁକାବିଲା ପାଇଁ ଓଡ଼ିଶା ଓ ଆନ୍ଧ୍ର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ କେନ୍ଦ୍ର ଗୃହ ସଚିବ

‘ଅସାନି’ ମୁକାବିଲା ପାଇଁ ଓଡ଼ିଶା ଓ ଆନ୍ଧ୍ର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ କେନ୍ଦ୍ର ଗୃହ ସଚିବ

ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ର ମୁକାବିଲା ନେଇ ଓଡ଼ିଶା ଓ ଆନ୍ଧ୍ରରେ କିପରି ପ୍ରସ୍ତୁତି ହୋଇଛି ସେ ସଂପର୍କରେ ଭିଡିଓ କନଫରେନସିଂ ଜରିଆରେ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା। ଓଡ଼ିଶାର ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଭିଡିଓ କନଫରେନ୍‌ସିଂରେ ଗୃହ ମନ୍ତ୍ରାଳୟ ସଚିବ ଅଜୟ କୁମାର ଭଲ୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଂଶଗ୍ରହଣ କରିଥିଲେ।

publive-image

ସଚିବ ଶ୍ରୀ ଭଲ୍ଲା ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ସର୍ବଶେଷ ସ୍ଥିତି ଏବଂ ବାତ୍ୟାର ଗତିପଥ ପରିପ୍ରେକ୍ଷୀରେ ଆସାନିର ସମ୍ମୁଖୀନ ହେବାକୁ ଥିବା ପ୍ରସ୍ତୁତର ସମୀକ୍ଷା କରିଥିଲେ। ଓଡ଼ିଶାର ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହଥିଲେ ଯେ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେବାକୁ ରାଜ୍ୟ ପ୍ରଶାସନ ସମସ୍ତ ପ୍ରକାର ତତ୍ପରତା ପ୍ରକାଶ କରିଛି। ଆଇଏମଡିର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ରାଜ୍ୟର ଜିଲ୍ଲା ଯଥା କୋରାପୁଟ, ମାଲକାନାଗିରି, ଗଂଜାମ, ରାୟଗଡ଼ାକୁ ହାଇ ଆଲର୍ଟରେ ରଖାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରଶାସନକୁ ସତର୍କ ରଖାଯାଇଛି। ଓଡିଆରଏଫ୍‌ ଏବଂ ଅଗ୍ନିଶମ ସେବା ଦଳ ଏକତ୍ରିତ ହୋଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ଉପକୂଳ ନିକଟରେ ସାମୁଦ୍ରିକ ବାତ୍ୟା ଅତିକ୍ରମ କରିବା ପୂର୍ବରୁ ସେମାନଙ୍କୁ ସତର୍କ କରାଯିବ।

ଓଡିଶାର ପ୍ରସ୍ତୁତିକୁ ନେଇ କେନ୍ଦ୍ର ସଚିବ ଶ୍ରୀ ଭଲ୍ଲା ସନ୍ତୋଷ ବ୍ୟକ୍ତ କରିଛନ୍ତି। ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ମୋଟ ୫୦ଟି ଦଳକୁ ମୁତୟନ କରାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ୨୮ଟି ସ୍ୱୟଂନିୟନ୍ତ୍ରିତ ଦଳ ସତର୍କ ଅଛନ୍ତି।
୨୨ଟି ନିୟୋଜିତ ଦଳ ମଧ୍ୟରୁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାରେ ୧୨ଟି ଟିମ୍‌ ମୁତୟନ କରାଯାଇଛି, ଆନ୍ଧ୍ରପ୍ରଦେଶରେ ୯ଟି ଦଳ ମୁତୟନ ହୋଇଛନ୍ତି ବୋଲି ଶ୍ରୀ ଭାଲ୍ଲା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe