News Nation
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବାୟୁ କ୍ରମେ ଅଧିକରୁ ଅଧିକ ଘନୀଭୂତ ହେବା ସହ ଭୟଙ୍କର ରୂପ ନେଇ ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଇଛି। ବର୍ତ୍ତମାନ ଗୁଜୁରାଟ ଉପକୂଳ ଠାରୁ ଦକ୍ଷିଣରେ ୬୫୦ କିଲୋମିଟର ଦୂରରେ ରହିଥିବା ସାମୁଦ୍ରିକ ଝଡ଼ ବାୟୁ ୧୩ ତାରଖ ସୁଦ୍ଧା ଗୁଜୁରାଟ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅପରାହ୍ଣରେ ଜାରି ହୋଇଥିବା ଏକ ଇସ୍ତାହାରରେ କୁହାଯାଇଛି ଯେ ପୂର୍ବ- କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଏବେ ଭୀଷଣ ରୂପ ଧାରଣ କରିବା ସହ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଉତ୍ତର ଦିଗକୁ ମୁହାଁଇବା ସହ ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଇଛି। ଏହା ବର୍ତ୍ତମାନ ଗୋଆ ଉପକୂଳ ଠାରୁ ୩୫୦ କଲୋମିଟର, ମହାରାଷ୍ଟ୍ର ଉପକୂଳ ଠାରୁ ୫୧୦ କଲୋମିଟର ଓ ଗୁଜୁରାଟ ଉପକୂଳ ଠାରୁ ୬୫୦ କଲୋମିଟର ଦୂରରେ ସମୁଦ୍ର ଭିତର ଦେଇ ଗତି କରୁଛି। ତେବେ, ସମୁଦ୍ର ଭିତରେ ଏହା ଅଧିକରୁ ଅଧିକ ଘନୀଭୂତ ହେବା ସହ ଭୟଙ୍କର ରୂପ ନେଇ ୧୩ ତାରଖ ସକାଳ ସୁଦ୍ଧା ଗୁଜୁରାଟ ଉପକୂଳର ପୋର ବନ୍ଦର ଓ ମହୁବା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ।
News Nationସାମୁଦ୍ରିକ ଝଡ଼ ବାୟୁ ଗୁଜୁରାଟ ଉପକୂଳ ଅତିକ୍ରମ କରିବା ବେଳକୁ ଗୁଜୁୁରାଟରେ ପ୍ରବଳ ପବନ ସହ ଝଡ଼ ବର୍ଷାର ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ୧୨୦ର ୧୩୫ କିଲୋମିଟର ରହିବାର ମଧ୍ୟ ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ। ଗୁଜୁରାଟ ସମେତ ମହାରାଷ୍ଟ୍ରରେ ମଧ୍ୟ ସାମୁଦ୍ରିକ ଝଡ଼ ବାୟୁ ବ୍ୟାପକ କ୍ଷୟକ୍ଷତି କରିବାର ସମ୍ଭାବନା ରହିଥିବା ଜାରି ଇସ୍ତାହାରରେ କହିଛି କହିଛି ଭାରତୀୟ ପାଣିପାଗ ବିଭାଗ।
Follow Us