ଜଳ ବହୁଳେ ସର୍ବନାଶ: ପାଣି ପାଇଁ ସଙ୍କଟରେ ପ୍ରାଣ, ଆସାମରେ ଜଳବନ୍ଦୀ ସାଢେ ୫ ଲକ୍ଷ ଜୀବନ

ପାଣି.. ପାଣି.. ପାଣି.. ଚାରିଆଡେ ପାଣି । ପାଣି ପାଇଁ ସଙ୍କଟରେ ପ୍ରାଣ । ଏହି ପାଣି ନମିଳିଲେ ହାହାକାର, ବଢିଗଲେ ବି ହାହାକାର । ଯେବେ ପାଣି ପାଇଁ ଆସେ ପ୍ରଳୟ, ସେବେ ଜଳର ତାଣ୍ଡବରେ ଜୀବନ ହୁଏ ବନ୍ଦୀ

ବୂକ

Photograph: (sambad.in)

ଆସାମ: ପାଣି.. ପାଣି.. ପାଣି.. ଚାରିଆଡେ ପାଣି । ପାଣି ପାଇଁ ସଙ୍କଟରେ ପ୍ରାଣ । ଏହି ପାଣି ନମିଳିଲେ ହାହାକାର, ବଢିଗଲେ ବି ହାହାକାର । ଯେବେ ପାଣି ପାଇଁ ଆସେ ପ୍ରଳୟ, ସେବେ ଜଳର ତାଣ୍ଡବରେ ଜୀବନ ହୁଏ ବନ୍ଦୀ ।

ଏମିତି ହିଁ ପରିସ୍ଥିତି ପୂର୍ବୋତ୍ତର ରାଜ୍ୟମାନଙ୍କରେ ଦେଖିବାକୁ ମିଳିଥିବା ବେଳେ ଆସାମର ସ୍ଥିତି ସଙ୍ଗୀନ ହୋଇଛି । ଜଳରେ ଘର ଦ୍ବାର, ରାସ୍ତା ଘାଟ ସବୁ ବୁଡି ରହିଛି । ରାସ୍ତା ବନ୍ୟା ଜଳରେ ନଈ ପାଲଟି ଯାଇଛି । ବିଲମାଳ ସମୁଦ୍ର ପରି ସବୁ ଦିଶୁଛି । ରାସ୍ତା ଉପରେ ଗାଡି ମଟର ଅଟକି ରହିଛି । ପାଣିର ପ୍ରଖର ସୁଅ ରାସ୍ତାରେ ଚାଲୁଥିବାରୁ ଯାତାୟାତ ଠପ୍ ଅଛି । ତେବେ ବନ୍ୟାର ଭୟଙ୍କର ରୂପ ଆସାମରୁ ଆସିଛି । ଯାହା ଆକାଶ ମାର୍ଗକୁ ନିଆଯାଇଥିବା ଚିତ୍ରରେ କଏଦ ହୋଇଛି । 

ଉତ୍ତର-ପୂର୍ବ ରାଜ୍ୟରେ ଗତ ୪ ଦିନ ଧରି ଲଗାଣ ବର୍ଷା ବିତ୍ପାତ ଯୋଗୁଁ ଆସାମ, ସିକ୍କିମ୍‌, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଓ ମଣିପୁର ଆଦି ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ସ୍ଥିତି ଉପୁଜିଛି ଆଉ ଜଳ ପ୍ରଳୟ ଆସିଛି । 

୨୨ ଜିଲ୍ଲାର ୧୨୫୪ଟି ଗାଁର ପ୍ରାୟ ସାଢ଼େ ୫ ଲକ୍ଷ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଘର ଦ୍ବାର ସବୁଠି ପାଣି, ପୂରା ପାଣି ଘେରରେ ।   ଜଳବନ୍ଦୀରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ବର୍ଷା ସହ ଭୂସ୍ଖଳନ ପାଇଁ ଇତିମଧ୍ଯରେ ଆସାମରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe