ଯୌନାଚାର ଓ ହ୍ଵାଇଟ୍‌ ହାଉସ୍‌: କ୍ଲିଣ୍ଟନ୍‌ଙ୍କ ଠାରୁ ଟ୍ରମ୍ପ୍‌ଙ୍କ ଯାଏଁ

Advertisment
ଯୌନାଚାର ଓ ହ୍ଵାଇଟ୍‌ ହାଉସ୍‌: କ୍ଲିଣ୍ଟନ୍‌ଙ୍କ ଠାରୁ ଟ୍ରମ୍ପ୍‌ଙ୍କ ଯାଏଁ

Image Courtesy of RTE

ଓ୍ଵାସିଂଟନ୍‌: ଦୁଇ ଦଶନ୍ଧି ତଳେ ଏଇ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ଘୋଷଣା କରିଥିଲେ ଯେ ସେ ମହିଳାଙ୍କ ସହ ତାଙ୍କର କୌଣସି ଯୌନ ସମ୍ପର୍କ ନ ଥିଲା।

କିନ୍ତୁ, ଜଣାପଡ଼ିଲା ସେ ମହିଳାଙ୍କ ସହ ତାଙ୍କର ଯୌନ ସମ୍ପର୍କ ଥିଲା। ମୋନିକା ଲିଓ୍ଵିନ୍‌ସ୍କିଙ୍କ ସହ ତାଙ୍କର ଯୌନ ସମ୍ପର୍କ ଯୋଗୁଁ ତାଙ୍କ ବିରୋଧରେ ମହାଭିଯୋଗ ଆଗତ ହୋଇଥିଲା।

publive-image Image Courtesy of Capital FM

ଆଜି ଅନ୍ୟ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ଯୌନାଚାର ଅଭିଯୋଗ ହେଉଛି। ୨୦୧୬ ନଭେମ୍ବର ନିର୍ବାଚନ ପୂର୍ବରୁ ନିଜର ଅବୈଧ୍ୟ ଯୌନ ସମ୍ପର୍କ ବାବଦରେ ଚୁପ୍‌ ରହିବାକୁ ସେ ଜଣେ ପର୍ଣ୍ଣଷ୍ଟାର୍‌ଙ୍କୁ ଗୁଡ଼ାଏ ଅର୍ଥ ଦେଇଥିଲେ ବୋଲି କୁହାଯାଉଛି।

ଏ ଭଳି ଭୟାବହ ଅଭିଯୋଗ ଜଣଙ୍କର ରାଜନୈତିକ ଜୀବନର ଅପମୃତ୍ୟୁ ଆଣିବାକୁ ଯଥେଷ୍ଟ ହୋଇ ପାରେ।

କିନ୍ତୁ, ଓ୍ଵାସିଂଟନ୍‌ ପୋଷ୍ଟ୍‍ରେ ଆରୋନ୍‌ ବ୍ଲେକ୍‌ ଲେଖିଥିଲେ ଯେ ଟ୍ରମ୍ପ୍‌ ଜଣେ ସାଧାରଣ ରାଜନୀତିଜ୍ଞ ନୁହନ୍ତି। ଏ କଥା ଏ ସପ୍ତାହର ବଡ଼ କଥା ନୁହେଁ ବୋଲି ସେ ଉଲ୍ଲେଖ କରିଥିଲେ।

ଟ୍ରମ୍ପ୍‌ଙ୍କ କ୍ଷେତ୍ରରେ ଏ କଥା କାହିଁକି ଗୁରୁତର ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ବୁଝି ପାରୁ ନାହାନ୍ତି।

publive-image Image Courtesy of Fourtune

୨୨ ବର୍ଷୀୟ ଲିଓ୍ଵିନ୍‌ସ୍କିଙ୍କ ସହ ସମ୍ବନ୍ଧ ରଖିଥିବାବେଳେ କ୍ଲିଣ୍ଟନ୍‌ ଅବଶ୍ୟ ରାଷ୍ଟ୍ରପତି ଥିଲେ। କିନ୍ତୁ ୨୦୦୬ରେ ପର୍ଣ୍ଣଷ୍ଟାର୍‌ଙ୍କ ସହ ସମ୍ବନ୍ଧ ରଖିଥିବାବେଳେ ଟ୍ରମ୍ପ୍‌ ଥିଲେ ଜଣେ ସାଧାରଣ ନାଗରିକ। ସେତେବେଳେ ସେ ମେଲାନିଆଙ୍କୁ ବିବାହ କରିଥିଲେ। ମେଲାନିଆ ଏ ଘଟନାର ୪ ମାସ ତଳେ ସନ୍ତାନ ଜନ୍ମ କରିଥିଲେ।

ବୋଷ୍ଟନ୍‌ ବିଶ୍ୱବିଦ୍ୟାଳୟସ୍ଥିତ ବିଜ୍ଞାପନ ବିଭାଗର ସହକାରୀ ପ୍ରଧ୍ୟାପକ ଟବ୍‌ ବକୋଭିଜ୍‌ କହନ୍ତି, ଅତୀତ ବ୍ୟଭିଚାରକୁ ହଜାଇ ଦେବାରେ ଟ୍ରମ୍ପ୍‌ଙ୍କର ଅସାଧାରଣ ଦକ୍ଷତା ରହିଛି।

ଗତ ସପ୍ତାହରେ ଓ୍ଵାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ ଲେଖିଥିଲା ଯେ ନିଜର ଅବୈଧ୍ୟ ସମ୍ପର୍କ ପ୍ରଘଟ ନ କରିବାକୁ ଟ୍ରମ୍ପ୍‌ ଡାନିଏଲ୍‌ସ୍‌ଙ୍କ ୧୩୦, ୦୦୦ ଡଲାର୍‌ ଦେଇଥିଲେ।

କିନ୍ତୁ ନିଜ ବ୍ୟକ୍ତିଗତ ଓକିଲଙ୍କ ମାଧ୍ୟମରେ ଏ କଥା ଅସ୍ୱୀକାର କରିଛନ୍ତି। ୩୮ ବର୍ଷୀୟ ଡାନିଏଲ୍‌, ଯାହାଙ୍କର ପ୍ରକୃତ ନାଁ ଷ୍ଟେଫାନି କ୍ଲିଫୋର୍ଡ ମଧ୍ୟ କହିଛନ୍ତି କି, ଟ୍ରମ୍ପ୍‌ଙ୍କ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe