କର୍ଣ୍ଣାଟକ ହାଇକୋର୍ଟରେ ସେକ୍ସ ସିଡି ମାମଲାର ଭର୍ଚୁଆଲ୍‌ ଶୁଣାଣିରେ ଅର୍ଦ୍ଧନଗ୍ନ ବ୍ୟକ୍ତି

Advertisment

ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ପ୍ରତିବାଦ

ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ପ୍ରତିବାଦ

କର୍ଣ୍ଣାଟକ ହାଇକୋର୍ଟରେ ସେକ୍ସ ସିଡି ମାମଲାର ଭର୍ଚୁଆଲ୍‌ ଶୁଣାଣିରେ ଅର୍ଦ୍ଧନଗ୍ନ ବ୍ୟକ୍ତି

Bangalore Mirror

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇକୋର୍ଟରେ ଏକ ସେକ୍ସ ସିଡି ମାମଲାର ଶୁଣାଣି ସମୟରେ ଆଇନଜୀବୀ ଇନ୍ଦିରା ଜୟସିଂହ ଉକ୍ତ ସେକ୍ସ ସିଡି ଦ୍ବାରା ପୀଡ଼ିତାଙ୍କ ତରଫରୁ ନିଜର ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ଜ‌ଣେ ଅର୍ଦ୍ଧନଗ୍ନ ବ୍ୟକ୍ତି ସ୍କ୍ରିନ୍‌ରେ ଦେଖାଗଲେ। ଭର୍ଚୁଆଲ କନ୍‌ଫରେନ୍ସ ମାଧ୍ୟମରେ ଶୁଣାଣି ଚାଲିଥିବା ବେଳେ ଜୟସିଂହଙ୍କ ବାରଣ ସତ୍ତ୍ବେ ଅର୍ଦ୍ଧନଗ୍ନ ବ୍ୟକ୍ତିଟି ୨୦ ମିନିଟ ଧରି ପରଦାରେ ଦେଖାଯାଇଥିଲେ, ଯାହାଙ୍କ ନାମ ଏଠାରେ ଦିଆଯାଇ ନାହିଁ। ଏହା ବିରୋଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଯୌନ ଅସଦାଚରଣ ଏବଂ କୋର୍ଟ ଅବମାନନା ମାମଲା ରୁଜୁ କରିବାକୁ ଜୟସିଂହ ନିଷ୍ପତ୍ତି ନେଇଛନ୍ତି।

ଏ ବାବଦରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ କର୍ଣ୍ଣାଟକ ହାଇକୋର୍ଟରୁ ଏକ ନୋଟିସ୍ ପଠାଯାଇଛି। ଇନ୍ଦିରା ଜୟସିଂହ କୋର୍ଟକୁ କହିଥିଲେ ଯେ, ଭିଡିଓ କନ୍‌ଫରେନ୍ସ ସମୟରେ ବ୍ୟକ୍ତି ଜଣକ ଜାମା ବା ଗଞ୍ଜି ନ ପିନ୍ଧି ଭିଡ଼ିଓରେ ଦେଖାଯାଇଥିଲେ। କୋର୍ଟର କିଛି ଆଚରଣବିଧି (ଡେକୋରମ୍) ଅଛି କି ନାହିଁ? ସେ ଜଣେ ମହିଳା ଓକିଲ। ଏହା ତାଙ୍କ ପ୍ରତି ଅପମାନଜନକ। ଏହା ବାରଣ ସତ୍ତ୍ବେ ଜାଣିଶୁଣି କରାଯାଇଛି ଏବଂ ଏହା ସାଂଘାତିକ କୋର୍ଟ ଅବମାନନା। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe