ବନ୍ଧୁଙ୍କ ସହ ନିଜ ପତ୍ନୀର ଅଶ୍ଳୀଳ ଡିଭିଡି ଧରି ଅଦାଲତରେ ଛାଡ଼ପତ୍ର ପାଇଁ ପହଞ୍ଚିଲେ ସ୍ବାମୀ !

Advertisment
ବନ୍ଧୁଙ୍କ ସହ ନିଜ ପତ୍ନୀର ଅଶ୍ଳୀଳ ଡିଭିଡି ଧରି ଅଦାଲତରେ ଛାଡ଼ପତ୍ର ପାଇଁ ପହଞ୍ଚିଲେ ସ୍ବାମୀ !

‌‌ବେଙ୍ଗାଲୁର: ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଅଦାଲତରେ ପ୍ରମାଣ ସ୍ବରୁପ ଏକ ସେକ୍ସ ଭିଡିଓ ଧରି ପହଞ୍ଚିଥିବା ଘଟଣା ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ବ୍ୟକ୍ତିଙ୍କ ପତ୍ନୀ ତାଙ୍କ ବନ୍ଧୁଙ୍କ ସହ ଏପରି ଅଶାଳୀନ କାର୍ଯ୍ୟରେ ଲିପ୍ତ ଥିବା ଦେଖିବା ପରେ ଅଦାଲତ ତାଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ ଦେଇଛନ୍ତି। ବ୍ୟକ୍ତ ଜଣକ କର୍ଣ୍ଣାଟକ ହାଇକୋର୍ଟରେ ତାଙ୍କ ପତ୍ନୀଙ୍କ ସେକ୍ସ-ଡିଭିଓ ଧରି ପହଞ୍ଚିଥିଲେ।

ବ୍ୟକ୍ତି ଜଣକ ଘରେ ରହୁ ନ ଥିବା ବେଳେ ତାଙ୍କ ପତ୍ନୀ ତାଙ୍କର ଜଣେ ବନ୍ଧୁଙ୍କ ସହ ଏପରି ଆପତ୍ତିଜନକ କାର୍ଯ୍ୟରେ ଲିପ୍ତ ରହନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ମାତ୍ର ମହିଳା ଜଣଙ୍କ ସ୍ବାମୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ତାଙ୍କୁ ତାଙ୍କ ସ୍ବାମୀଙ୍କ ବନ୍ଧୁ ସହ ଏପରି ଅଶାଳୀନ ସଂପର୍କ ସ୍ଥାପନ ପାଇଁ ବାଧ୍ୟ କରାଯାଇ ତାହାର ଭିଡିଓ କରାଯାଇଛି।

ଉଲ୍ଲେଖଯୋାଗ୍ୟ, ୧୯୯୧ ମସିହା ଜୁଲାଇ ୭ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୨୦୧୮ ମସିହା ଜୁନ୍‌ ମାସରେ ବ୍ୟକ୍ତି ଜଣକ ନିଜ ଶୋଇବା ଘରେ ଏକ ଡିଜିଟାଲ୍‌ ଭିଡିଓ ରେକର୍ଡର ଲଗାଇଥିଲେ। ସେ ଯେତେବେଳେ କାମରେ ୫ ଦିନ ପାଇଁ ବାହାରକୁ ଯାଇଥିଲେ ତାଙ୍କ ପତ୍ନୀ ତାଙ୍କର ଜଣେ ବନ୍ଧୁଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରୁଥିବା ବେଳର ଦୃଶ୍ୟ ରେକର୍ଡ ହୋଇ ଯାଇଥିଲା।

publive-image Times of India

ସ୍ବାମୀ ସେହି ଭିଡିଓ ଆଧାରରେ ପତ୍ନୀଙ୍କ ବିରୋଧରେ  ବ୍ୟଭିଚାରରେ ଲିପ୍ତ ଥିବା ଅଭିଯୋଗ ଆଣି ଅଦାଲତଙ୍କ  ଦ୍ବାରସ୍ଥ ହୋଇଥିଲେ। ଅଦାଲତ ଭିଡିଓ ଦେଖିବା ପରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି ସତ ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ୨୦୧୩ ଜୁନ୍‌ ମାସରେ ମସିହାରେ ମହିଳା ଜଣକ ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ତାଙ୍କୁ ଏପରି କରିବାକୁ ବାଧ୍ୟ କରାଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe