Advertisment

ଦେହ ବେପାର ପାଲଟିଛି ୨୩୬ ବିଲିୟନ ଡଲାରର ବଜାର, ୭୦ ପ୍ରତିଶତ ଅପରାଧର ମୁଖ୍ୟ କାରଣ: ପ୍ରକାଶ ପାଇଲା ରିପୋର୍ଟ

Advertisment
ଦେହ ବେପାର ପାଲଟିଛି ୨୩୬ ବିଲିୟନ ଡଲାରର ବଜାର, ୭୦ ପ୍ରତିଶତ ଅପରାଧର ମୁଖ୍ୟ କାରଣ: ପ୍ରକାଶ ପାଇଲା ରିପୋର୍ଟ

ନ୍ୟୁୟର୍କ: ସେକ୍ସ ଇଣ୍ଡଷ୍ଟ୍ରି ବା ଦେହ ବେପାର ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବିସ୍ତାର କରୁଛି । ଏହାର ମୁଖ୍ୟ କାରଣ ହେଉଛି ଯୌନ ଶିଳ୍ପରୁ ହେଉଥିବା ବିପୁଳ ଲାଭ। ଏଥିପାଇଁ ବହୁ ସଂଖ୍ୟକ ଅପରାଧ ହୋଇଇଥାଏ। ସମଗ୍ର ବିଶ୍ୱରେ ୭୦ ପ୍ରତିଶତ ମାନବ ଚାଲାଣ ଅପରାଧ ମାମଲା ସେକ୍ସ ଇଣ୍ଡଷ୍ଟ୍ରି ସହିତ ଜଡିତ। ମିଳିତ ଜାତିସଂଘର ଏକ ଶାଖା ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ) ଦ୍ୱାରା ଏହା ପ୍ରକାଶ ପାଇଛି। ନିକଟରେ ହୋଇଥିବା ଆଇଏଲ୍ଏ ଆକଳନ ଅନୁଯାୟୀ, ଅନ୍ୟ କ୍ଷେତ୍ର ଅପେକ୍ଷା ଯୌନ ଶିଳ୍ପରୁ ୨୩୬ ବିଲିୟନ ଡ଼ଲାର(୧,୯୫,୯୨,୨୪,୮୦,୦୦,୦୦୦ ଟଙ୍କା) ଲାଭ ହୋଇଥାଏ। ଏହି କାରଣରୁ, ଆଧୁନିକ ଦାସତ୍ୱର ଏକ ବୃହତ ବୃଦ୍ଧି ମଧ୍ୟ ଦେଖାଯାଇଥାଏ।

ଆନ୍ତର୍ଜାତୀୟ ଶ୍ରମ ସଂଗଠନର ଆକଳନ ଅନୁଯାୟୀ, ଯୌନ ବେପାରୀମାନେ ପ୍ରତ୍ୟେକ ପୀଡିତାଙ୍କ ଠାରୁ ହାରାହାରି ୨୧,୦୦୦ ପାଉଣ୍ଡ(୨୨,୧୫,୦୫୭ ଟଙ୍କା) ରୋଜଗାର କରୁଛନ୍ତି। କାରଣ ସାରା ବିଶ୍ୱରେ ଏହି ବାଧ୍ୟତାମୂଳକ ଶ୍ରମରୁ ଲାଭ ବୃଦ୍ଧି ପାଇବାରେ ଲାଗିଛି। ଆନ୍ତର୍ଜାତୀୟ ଶ୍ରମ ସଂଗଠନ ମିଳିତ ଜାତିସଂଘର ଏକ ଶାଖା ଅଟେ। ଏହା ପ୍ରକାଶ କରିଛି ଯେ ବାଧ୍ୟତାମୂଳକ ଶ୍ରମରୁ ବାର୍ଷିକ ଲାଭ ୨୩୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ଏବଂ ବହୁ ସଂଖ୍ୟାରେ ଲୋକ ଆଧୁନିକ ଦାସତ୍ୱର ଶିକାର ହୋଇଛନ୍ତି। ସଂଗଠନର ରିପୋର୍ଟ ଅନୁଯାୟୀ, ଯୌନ ଶୋଷଣ ବାଧ୍ୟତାମୂଳକ ଶ୍ରମର ସବୁଠାରୁ ଲାଭଜନକ ରୂପ ଭାବରେ ଉଭା ହୁଏ।

ବାଧ୍ୟତାମୂଳକ ଶ୍ରମର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୨୭% ଯୌନ ଶୋଷଣର ଶିକାର ହେଉଥିଲେ ମଧ୍ୟ ଏହି ଅତ୍ୟାଚାରରୁ ପ୍ରାପ୍ତ ଲାଭ ସମସ୍ତ ପ୍ରକାର ବାଧ୍ୟତାମୂଳକ ଶ୍ରମରୁ ମୋଟ ବେଆଇନ ଲାଭର ୭୩% ଅଟେ। ଟଙ୍କା ପାଇଁ ‌ଯୌନ ବେପାର ବାଧ୍ୟତାମୂଳକ ଭାବେ କରିବାକୁ ପୀଡ଼ିତାଙ୍କ ଉପରେ ଚାପ ପକାଯାଇଥାଏ। ଏହା ଦ୍ବାରା ସମ୍ପ୍ରତି ୨୭ ନିୟୁତ ଲୋକ ଆଧୁନିକ ଦାସତ୍ବର ଶିକାର ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe