ବିବାହର ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ: ଦିଲ୍ଲୀ ହାଇକୋର୍ଟ

Advertisment
ସମ୍ପୂର୍ଣ୍ଣ ବାଣ ନିଷିଦ୍ଧକୁ ଚ୍ୟାଲେଂଜ କରି ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନ ଖାରଜ

DNA India

ନୂଆଦିଲ୍ଲୀ: ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଯଦି ସହମତି ଭିତ୍ତିରେ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖାଯାଇଥାଏ, ତେବେ ତାହାକୁ କୌଣସି ପ୍ରତିକୂଳ ପରିସ୍ଥିତିରେ ଦୁଷ୍କର୍ମ କୁହାଯିବନାହିଁ ବୋଲି ତତ୍‌ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି। ଏପରି ଦୀର୍ଘ ଦିନ ଧରି ଦୈହିକ ସମ୍ପର୍କର ଶିକାର ହୋଇଥିବା ଜଣେ ମହିଳାଙ୍କ ଆବେଦନର ବିଚାର କରି ମାନ୍ୟବର ଅଦାଲତ ବିବାହର ପ୍ରତିଶ୍ରୁତିକୁ କେବେ ଦୀର୍ଘ ଦିନର ଦୈହିକ ସମ୍ପର୍କ ପାଇଁ ପ୍ରଲୋଭନ ଭାବେ ପରିଗଣିତ କରାଯାଇପାରିବ ନାହିଁ ବୋଲି ଟିପ୍ପଣୀ କରିଛନ୍ତି। ସେହିପରି ବିବାହର ପ୍ରତିଶ୍ରୁତିକୁ ପ୍ରବଞ୍ଚନା ଭାବେ ବିବେଚନା କରାଯିବ ଯଦି ପୀଡ଼ିତା ଜଣକ କ୍ଷଣିକ ସମୟ ପାଇଁ ଏପରି ଶାରୀରିକ ସମ୍ପର୍କର ଶିକାର ହୋଇଥାନ୍ତି ବୋଲି ଜଷ୍ଟିସ ବିଭୁ ବାଖ୍ରୁ ସ୍ପଷ୍ଟ କରିଛନ୍ତି। କେତେକ କ୍ଷେତ୍ରରେ ବିବାହର ପ୍ରତିଶ୍ରୁତି ଜଣଙ୍କର ଇଚ୍ଛା ବିରୋଧରେ ମଧ୍ୟ ଦୈହିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥାଏ।

ଜଣେ ମନା କରିବା ସତ୍ତ୍ବେ ମଧ୍ୟ ଏପରି ଅବୈଧ ସମ୍ପର୍କ କ୍ଷଣିକ ସମୟ ପାଇଁ ରଖାଯାଇଥାଏ। ଏଭଳି ମାମଲାରେ ଜଣକୁ କେବଳ ଯୌନଶୋଷଣ ପାଇଁ ହିଁ ଛଳନାତ୍ମକ ଭାବେ ବିବାହର ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ବିବେଚନା କରାଯିବ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୫ ଆଧାରରେ ତାହାକୁ ଦୁଷ୍କର୍ମ କୁହାଯିବ ବୋଲି ଅଦାଲତ ମତାମତ ରଖିଛନ୍ତି। ଅପରପକ୍ଷେ, ଯେଉଁଠି ଧାରାବାହିକ ଭାବେ ଦୈହିକ ସମ୍ପର୍କ ବଜାୟ ରହିଛି ତାହାକୁ କେବେ ଦୁଷ୍କର୍ମ କୁହାଯିବନାହିଁ ବୋଲି ଅଦାଲତ କହିଛନ୍ତି। ଆବେଦନକାରିଣୀ ମହିଳା ଜଣକ ଏତେ ଦିନ ଧରି ଶାରୀରିକ ସମ୍ପର୍କ ରଖି ଆସିଛନ୍ତି ମାନେ ସେ ସବୁ ବୁଝି ବିଚାରି ନିଜ ଇଚ୍ଛାରେ ହିଁ ଏପରି ସହମତିଭିତ୍ତିକ ଦୈହିକ ସମ୍ପର୍କକୁ ଆପଣେଇଥିଲେ ବୋଲି କୁହାଯିବ। ସଂପୃକ୍ତ ପୁରୁଷଙ୍କ ସହ ତାଙ୍କର ନିବିଡ଼ତାରୁ ହିଁ ଏପରି ଘଟିଛି। ସୁତରାଂ ଏହା ଦୁଷ୍କର୍ମ ପର୍ଯ୍ୟାୟଭୁକ୍ତ ନୁହେଁ ବୋଲି ଜଷ୍ଟିସ ବାଖ୍ରୁ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe