Image Courtesy of Zee News
କୋଲ୍କାତା: ନଗଦ ଅର୍ଥ ବ୍ୟତିରେକେ, ନିଲମ୍ବିତ ତୃଣମୂଳ କଂଗ୍ରେସ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିବିଡ଼ ସହଯୋଗିନୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟ୍ରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ କେତେଗୁଡ଼ାଏ ‘ସେକ୍ସ୍ ଟୟ’ ପାଇଛନ୍ତି।
ପ୍ରବର୍ତ୍ତନ ନିର୍ଦେଶାଳୟସୂତ୍ରରୁ ଜଣାପଡ଼ିଛି ଯେ, ଗିରଫ ହୋଇଥିବା ଅର୍ପିତାଙ୍କ ଫ୍ଲାଟ୍ରୁ କେତେଗୁଡ଼ିଏ ‘ସେକ୍ସ ଟୟ’ ଅଛି। ସେଗୁଡ଼ିକୁ ଫ୍ଲାଟ୍କୁ କିଏ ଆଣିଥିଲେ? ତାହା କି କାମରେ ଲାଗୁଥିଲା? ଫ୍ଲାଟ୍ରୁ ଗୋଟାଏ ରୁପା କଂସା ମଧ୍ୟ ମିଳିଛି। ରୁପା କଂସା ବ୍ୟୟବହୁଳ ନୁହେଁ, କିନ୍ତୁ ସାମାଜିକ କ୍ଷେତ୍ରରେ ତା’ର ଗୁରୁତ୍ବ ରହିଛି। ବଙ୍ଗୀୟମାନେ ନବଦମ୍ପତିମାନଙ୍କୁ ରୁପା କଂସା ପ୍ରଦାନ କରିବା ପ୍ରାଚୀନ ପ୍ରଥା। ସେମାନଙ୍କ କୋଳ ଉଜ୍ଜ୍ବଳ କରି ଦୁନିଆକୁ ନୂତନ ପିଢ଼ି ଆସିବା କାମନା କରି ସେମାନେ ରୁପା କଂସା ଉପହାର ଦେଇ ଥାଆନ୍ତି।
Image Courtesy of The Economic Timesକିନ୍ତୁ, ଏସବୁ ସାମଗ୍ରୀ ଅର୍ପିତାଙ୍କ ଘରକୁ ଆସିଲା କାହିଁକି ବୋଲି ଚିନ୍ତା କରିବା ବେଳେ ବଡ଼ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେଉଛି। ‘ସେକ୍ସ୍ ଟୟ’ ବିଷୟରେ ଅର୍ପିତାଙ୍କୁ ପଚରାଯିବ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ଠିକ୍ କରିଛନ୍ତି। ତାଙ୍କୁ ଏସବୁ କିଏ ଦେଇଛି? ଏହାକୁ କ’ଣ ଅର୍ପିତା ଅନ୍ଲାଇନ୍ରେ ମଗାଇଥିଲେ। ଏହାକୁ ମଗାଇବାର କାରଣ କ’ଣ?
ବିଶେଷଜ୍ଞମାନଙ୍କର ମନେହେଉଛି, ଏହି ସେକ୍ସ୍ ଟୟ ଜରିଆରେ ଅର୍ପିତା-ପାର୍ଥଙ୍କର ବ୍ୟକ୍ତିଗତ ଜୀବନର ଗୁରୁତ୍ବପୂର୍ଣ୍ଣ ପାର୍ଶ୍ବଟି ଜଣାପଡ଼ିବ। ଅର୍ପିତାଙ୍କ ଘରୁ ‘ସେକ୍ସ୍ ଟୟ’ ମିଳିବା ଖବରର ‘ସ୍କ୍ରିନ୍ସଟ୍’ ସେୟାର୍ କରି ଅଭିନେତ୍ରୀ ଶ୍ରୀଲେଖା ମିତ୍ର ଲେଖିଛନ୍ତି: ଆହାରେ… ପାର୍ଥବାବୁ ଯାହା ଭାବିଥିଲେ, ତାହା ହେଲାନି? ଶୁଣନ୍ତୁ, ବୟସ ପ୍ରତିବନ୍ଧକ ନୁହେଁ, ଜାତି ପ୍ରତିବନ୍ଧକ ନୁହେଁ, ସେକ୍ସ୍ ବାର୍ ବାର୍ ଏଗିୟେ ବାଙ୍ଗ୍ଲା। ପାର୍ଥ କ’ଣ ବିଫଳ ହେଲେ? ଦେଶବାସୀ ଜାଣିବାକୁ ଇଚ୍ଛୁକ।
Follow Us