୩୦୦୦ ଅଶାଳୀନ ଭିଡିଓ ଥିବା ପେନ୍‌ଡ୍ରାଇଭ୍‌ ରଖି ଦେବଗୌଡ଼ାଙ୍କ ନାତି ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ଅଭିଯୋଗ ଆଣିଲେ ବିଜେପି ନେତା

Advertisment
୩୦୦୦ ଅଶାଳୀନ ଭିଡିଓ ଥିବା ପେନ୍‌ଡ୍ରାଇଭ୍‌ ରଖି ଦେବଗୌଡ଼ାଙ୍କ ନାତି ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ଅଭିଯୋଗ ଆଣିଲେ ବିଜେପି ନେତା

www.indiatoday.in

ବେଙ୍ଗାଲୁର: କର୍ଣ୍ଣାଟକର ଜଣେ ବିଜେପି ନେତାଙ୍କ ଦାବି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନେତା ଜଣକ ଦାବି କରିଛନ୍ତି ଯେ ସେ ୨୦୨୩ ମସିହା ଡିସେମ୍ବର ମାସରେ ରାଜ୍ୟ ଦଳର ସଭାପତିଙ୍କୁ ଚିଠି ଲେଖି କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କ ସମେତ ଅନ୍ୟ ମହିଳାଙ୍କର ପ୍ରାୟ ୩୦୦୦ ଅଶାଳୀନ ଭିଡିଓ ସେ ଏକ ପେନ୍‌ ଡ୍ରାଇଭ୍‌ରୁ ପାଇଛନ୍ତି। ସେହି ସବୁ ଭିଡିଓକୁ ନେଇ ଜନତା ଦଳ (ଏସ୍‌) ସାଂସଦ ପ୍ରଜାୱାଲ ରିଭାନ୍ନା ମହିଳାମାନଙ୍କୁ ବ୍ଲାମ୍‌ମେଲ୍‌ କରି ଆସୁଛନ୍ତି।

ପ୍ରଜାୱାଲ ରିଭାନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି। ଏପ୍ରିଲ୍‌ ୨୬ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ନିର୍ବାଚନର ଦୁଇ ଦିନ ପୂର୍ବରୁ ପ୍ରଜାୱାଲ ରିଭାନ୍ନାଙ୍କ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ପରେ ଏହାକୁ ନେଇ ବିବାଦ ଲାଗି ରହିଛି।

୨୦୨୩ ବିଧାନସଭା ନିର୍ବାଚନରେ ​​ଦଳର ହୋଲେନସିପୁରା ପ୍ରାର୍ଥୀ ଥିବା ଦେବରାଜ ଗୌଡ଼ା ବିଜେପିର ରାଜ୍ୟ ସଭାପତି ବି.ଜେ ବିଜୟେନ୍ଦ୍ରଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ “ପ୍ରଜାୱାଲ ରିଭାନ୍ନାଙ୍କ ସମେତ ଏଚଡି ଦେବଗୌଡ଼ା ପରିବାରର ଅନେକ ନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି।’’

ଗୌଡ଼ା କହିଛନ୍ତି, ‘‘ପେନ୍ ଡ୍ରାଇଭରେ ମୋଟ ୨,୯୭୬ ଭିଡିଓ ରହିଥିଲା ​​ଏବଂ ଫୁଟେଜରେ ପ୍ରଦର୍ଶିତ ହୋଇଥିବା କେତେକ ମହିଳା ସରକାରୀ କର୍ମଚାରୀ ଥିଲେ। ସେହି ସବୁ ଭିଡିଓ ଯୌନ ସେମାନଙ୍କୁ ବ୍ଲାକମେଲ କରିବା ପାଇଁ ବ୍ୟବହୃତ ହେଉଥିଲା।’’

ଗତ କିଛି ଦିନ ହେବ କେତୋଟି ଅଶାଳୀନ ଭିଡିଓ ସାରା ରାଜ୍ୟରେ ପ୍ରସାରିତ ହେଉଥିଲା, ଯାହା ପାର୍ଟି ପାଇଁ ଏକ ବଡ଼ ଲଜ୍ଜାଜନକ ଘଟଣା ସୃଷ୍ଟି କରିଛି। ଭିଡିଓରେ ପ୍ରଜାୱାଲ ରିଭାନ୍ନା ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe