ମହାରାଷ୍ଟ୍ର ଯୌନ କର୍ମୀଙ୍କ ମହାନତା; କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କଲେ ୨୧ ହଜାର ଟଙ୍କା

Advertisment
ମହାରାଷ୍ଟ୍ର ଯୌନ କର୍ମୀଙ୍କ ମହାନତା; କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କଲେ ୨୧ ହଜାର ଟଙ୍କା

ଅହେମଦନଗର (ମହାରାଷ୍ଟ୍ର): କେରଳର ପ୍ରଳୟଙ୍କରୀ ବନ୍ୟା ପରିପ୍ରେକ୍ଷୀରେ ବନ୍ୟା ଦୁର୍ଗତଙ୍କ ଦୁର୍ଦ୍ଦଶା ମହାରାଷ୍ଟ୍ରର ଯୌନ କର୍ମୀଙ୍କ ହୃଦୟକୁ ମଧ୍ୟ ଦୋହଲାଇ ଦେଇଛି। କେରଳର ବନ୍ୟା ଦୁର୍ଗତଙ୍କ ଆଡ଼କୁ ନିଜର ସହାୟତାର ହାତ ବଢ଼ାଇ ମହାରାଷ୍ଟ୍ରର ଯୌନ କର୍ମୀମାନେ ସେମାନଙ୍କର ମହାନତା ଦେଖାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ତରଫରୁ ସହାୟତା ରାଶି ସ୍ୱରୂପ ୨୧ ହଜାର ଟଙ୍କାର ଏକ ଚେକ୍‌ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ଏହି ଚେକ୍‌କୁ ସେମାନେ ଉପ ଜିଲ୍ଲାପାଳ ପ୍ରଶାନ୍ତ ପାଟିଲଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପଠାଇଛନ୍ତି। ଏହାବାଦ୍‌ ଚଳିତ ମାସ ଶେଷ ସୁଦ୍ଧା କେରଳ ବନ୍ୟା ଦୁର୍ଗତଙ୍କ ନିମନ୍ତେ ଆଉ ୧ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିବା ପାଇଁ ଜୋରସୋରରେ ପ୍ରୟାସ ଆରମ୍ଭ କରି ଦେଇଛନ୍ତି।

ମହାରାଷ୍ଟ୍ରର ଯୌନ କର୍ମୀମାନେ ଯେ ପ୍ରଥମ ଥର ପାଇଁ ନିଜର ଏପରି ମହାନତା ପ୍ରଦର୍ଶନ କଲେ ତା’ନୁହେଁ; ଏହା ପୂର୍ବରୁ ସେମାନେ ୨୦୧୫ରେ ବର୍ଷାରେ କ୍ଷତିଗ୍ରସ୍ତ ଚେନ୍ନାଇ ବାସୀଙ୍କ ଉଦ୍ଦେଶ୍ୟରେ ୧ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିବା ବେଳେ ୨୦୦୧ରେ ଗୁଜୁରାଟର ଭୂମିକମ୍ପ ପୀଡ଼ିତ, ୨୦୦୪ରେ ସୁନାମୀ ପୀଡ଼ିତ, କାଶ୍ମୀର ଓ ବିହାରର ବନ୍ୟା ପୀଡ଼ିତ ଓ ମହାରାଷ୍ଟ୍ରର ଦୁର୍ଭିକ୍ଷ ପୀଡ଼ିତଙ୍କ ସମେତ କାରଗିଲ ଯୁଦ୍ଧରେ ସହିଦ୍‌ ହୋଇଥିବା ଯବାନଙ୍କ ପରିବାର ବର୍ଗଙ୍କୁ ୨୭ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe