ଯୌନକର୍ମୀଙ୍କ ଦୁର୍ଦ୍ଦଶା: ସବୁ ରାଜ୍ୟକୁ ରି‌ପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ସି

Advertisment
ଏନ୍‌ଏଚ୍‌ଆର୍‌ସିରେ ଦିବ୍ୟାଙ୍ଗ ଯୁବତୀ ଗଣଦୁଷ୍କର୍ମ ମାମଲା : କ୍ରାଇମବାଞ୍ଚ ତଦନ୍ତ ଓ ୧୦ ଲକ୍ଷ କ୍ଷତିପୂରଣ ପାଇଁ ଆବେଦନ

Image Soruce: Ipleaders blog

ନୂଆଦିଲ୍ଲୀ: ଭାରତରେ ଯୌନ କର୍ମୀଙ୍କର ଦୁର୍ଦ୍ଦଶା ପ୍ରତିକାର ଲାଗି ନିଆଯାଇଥିବା ପଦକ୍ଷେପ ସଂପର୍କରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ତଲବ୍ କରିଛନ୍ତି ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆରସି)। ମାନବଧିକାର କର୍ମୀ ତଥା ସୁପ୍ରିମକୋର୍ଟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନର ଶୁଣାଣି କରି ଚାରିସପ୍ତାହ ଭିତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ତ୍ରିପାଠୀ ତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ କରୋନା ମହାମାରୀ ସମୟରେ ସମଗ୍ର ଦେଶରେ ଯୌନକର୍ମୀ ମାନେ ଖାଦ୍ୟ, ଆଶ୍ରୟ, ସ୍ୱାସ୍ଥ୍ୟସେବା, ଜୀବିକା ଭଳି ଅତ୍ୟାବଶ୍ୟକ ଅଧିକାରରୁ ବଞ୍ଚିତ ହୋଇଛନ୍ତି। ସେମାନେ ଦୟନୀୟ ଅବସ୍ଥାରେ ଥିବାର ଶ୍ରୀ ତ୍ରିପାଠୀ ପିଟିସନରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe