ନୂଆଦିଲ୍ଲୀ : ସମ୍ପ୍ରତି ‘ମି ଠୁ’ ଆନ୍ଦୋଳନ ତୀବ୍ରତର ହେଉଥିବା ବେଳେ ସରକାର ଯୌନ ନିର୍ଯାତନା ସଂକ୍ରାନ୍ତ ଆଇନର ସଂଶୋଧନ ପାଇଁ ବିଚାର କରୁଛନ୍ତି। ଏଥିପାଇଁ ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରିବା ପାଇଁ ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ମି ଠୁ ମାମଲାଗୁଡ଼ିକର ବିଚାର ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବା ଲାଗି କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ପ୍ରସ୍ତାବ ଦେଇଥିଲେ। ତେବେ ଏ ବାବଦରେ ସରକାର ଗୁରୁତ୍ବର ସହ ବିଚାର କରି ଆଇନରେ ସଂଶୋଧନ ଆଣିବା ପାଇଁ ଚିନ୍ତା କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ମି ଠୁ ଆନ୍ଦୋଳନର ଅଂଶସ୍ବରୂପ ବିଭିନ୍ନ କ୍ଷେତ୍ରର ମହିଳାମାନେ ଟ୍ବିଟର୍ ଓ ଅନ୍ୟ ସୋସିଆଲ୍ ମିଡିଆରେ ସେମାନଙ୍କ ପ୍ରତି ହୋଇଥିବା ଯୌନ ନିର୍ଯାତନା ଘଟଣାର ପର୍ଦ୍ଦାଫାସ କରୁଛନ୍ତି। ଏହାଦ୍ବାରା ବଲିଉଡ୍ ଶିଳ୍ପଠାରୁ ଆରମ୍ଭ କରି ରାଜନୀତି, କଳା ଓ ସାହିତ୍ୟ ଏବଂ ଗଣମାଧ୍ୟମ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷଙ୍କ କାରନାମା ପଦାରେ ପଡ଼ିଛି। ତେଣୁ ଘଟଣାକୁ ଗୁରୁତ୍ବର ସହ ନେଇ କେନ୍ଦ୍ର ସରକାର ଯୌନ ନିର୍ଯାତନା ଆଇନରେ ସଂଶୋଧନ ପାଇଁ ବିଚାର କରୁଛନ୍ତି।
ଯୌନ ନିର୍ଯାତନା ଆଇନ ସଂଶୋଧନ ହେବ
Advertisment
Follow Us