ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ନାତି ରେବନ୍ନାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ, ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ସିଦ୍ଧରାମୈୟା

Advertisment
ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ନାତି ରେବନ୍ନାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ, ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ଏନଡିଏ ପ୍ରାର୍ଥୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ୱଲ ରେବାନ୍ନାଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଏହି ଆପତ୍ତିଜନକ ଭିଡିଓ ଭାଇରାଲ  ହେବା ପରେ ଜଣେ ମହିଳା ରେଭାନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛନ୍ତି। ଅନ୍ୟପକ୍ଷରେ ରେବନ୍ନା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ଭିଡିଓକୁ ଜାଲ୍ (ମର୍ଫଡ୍) ବୋଲି କହି ସେ ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସେକ୍ସ ସ୍କାଣ୍ଡଲର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମହିଳା କମିସନଙ୍କ ସୁପାରିଶକ୍ରମେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏତଲାରେ ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ୨୦୧୯ରୁ ୨୦୨୨ ମଧ୍ୟରେ ତାଙ୍କୁ ଅନେକ ଥର ଯୌନ ନିର୍ଯାତନା ଦିଆଯାଇଥିଲା। ଅଭିଯୋଗକୁ ଏସଆଇଟି ଟିମକୁ ମଧ୍ୟ ପଠାଯିବ । ସୂତ୍ରରୁ ପ୍ରକାଶ ଯେ ଆହରି ଅଧିକ ମହିଳା ଆଗେଇ ଆସି ମାମଲା ଦାଏର କରିବାର ସମ୍ଭାବନା ରହିଛି।

ସେପଟେ ରେବନ୍ନାଙ୍କ ସେକ୍ସ ଟେପ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ନିଜକୁ ଦୂରେଇ ରଖିଛି ବିଜେପି । ଏ ନେଇ ବିଜେପି ରାଜ୍ୟ ମୁଖପାତ୍ର ଏସ୍ ପ୍ରକାଶଙ୍କୁ ପଚାରିବାରୁ ସେ କହିଛନ୍ତି, ଏକ ଦଳ ହିସାବରେ ଏହି ଭିଡିଓ ସହ ଆମର କୌଣସି ସମ୍ପର୍କ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe