ଚାକିରି ଦେବା ନାଁରେ ନାବାଳିକାଙ୍କୁ ଯୌନ ନିର୍ଯାତନା

Advertisment

ଦୈନିକ ୧୦-୧୫ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର

ଦୈନିକ ୧୦-୧୫ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର

ଅପହରଣ ପରେ ଯୁବତୀଙ୍କୁ ଗଣଦୁଷ୍କର୍ମ!

ଗୁରୁଗ୍ରାମ : ଗୁରୁଗ୍ରାମରେ ଚାକିରି ଦେବା ନାଁରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ୧୪ ବର୍ଷୀୟା ନାବାଳିକା ଦୈନିକ ୧୦-୧୫ ଜଣ ଲୋକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ନାବାଳିକାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ସେ ନିକଟରେ ତାଙ୍କର ଜଣେ ଚିହ୍ନା ପରିଚିତ ମହିଳାଙ୍କୁ ତାଙ୍କ ପାଇଁ ଚାକିରି ବୁଝିଦେବା ପାଇଁ କହିଥିଲେ। ସମ୍ପୃକ୍ତ ମହିଳା ଜଣଙ୍କ ନାବାଳିକାଙ୍କୁ ଏକ ସ୍ପାରେ ରିସେପ୍ସନିଷ୍ଟ କାମ ଦେଇଥିଲେ। ତାଙ୍କ ଚାକିରିର ପ୍ରଥମ ଦିନରେ ନାବାଳିକାଙ୍କୁ ଗୋଟିଏ ରୁମ୍‌କୁ ନିଆଯାଇଥିଲା ଏବଂ ତାଙ୍କୁ ଜଣଙ୍କ ସହ ରହିବାକୁ ବାଧ୍ୟ କରାଯାଇଥିଲା। ପ୍ରଥମ ଦିନରୁ ହିଁ ସେ ଦୁଷ୍କର୍ମର ଶିକାର ହୋଇଥିଲେ।

ନାବାଳିକା ଜଣଙ୍କ ଚାକିରି ଛାଡ଼ିଦେବେ ବୋଲି କହିବାରୁ ତାଙ୍କୁ ଦୁଷ୍କର୍ମ ସମୟର ଭିଡିଓ ଦେଖାଇ ଭାଇରାଲ୍‌ କରିଦେବାପାଇଁ ଧମକ ଦିଆଯାଇଥିଲା। ନାବାଳିକା ଜଣଙ୍କ ଅତ୍ୟନ୍ତ ଭୟରେ ପରବର୍ତ୍ତୀ ୪-୫ ଦିନ ସ୍ପା ଗଲେ। ଦୈନିକ ୧୦-୧୫ ଜଣଙ୍କ ଦ୍ବାରା ସେ ଦୁଷ୍କର୍ମର ଶିକାର ହୋଇଥିଲେ। କିନ୍ତୁ କିଛିଦିନ ପରେ ନାବାଳିକା ଜଣଙ୍କ ସ୍ପା ଯିବା ବନ୍ଦ କରିଦେଲେ। ଏହାପରେ ତାଙ୍କୁ ଚାକିରି ଦେଇଥିବା ମହିଳା ଏବଂ ଅନ୍ୟ ସହଯୋଗୀମାନେ ନାବାଳିକାଙ୍କୁ ଫୋନ୍‌ କରି ଏକ ହୋଟେଲକୁ ଡକାଇଥିଲେ ଏବଂ ତାଙ୍କୁ ସେଠାରେ ନିସ୍ତୁକ ମାଡ଼ ମାରିଥିଲେ। ନାବାଳିକା ଜଣଙ୍କ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏହାପରେ ପରିବାର ଲୋକଙ୍କୁ ସବୁକଥା ଜଣାଇ ପୁଲିସର ଦ୍ବାରସ୍ଥ ହୋଇଥିଲେ। ଉକ୍ତ ଘଟଣାରେ ପୁଲିସ ଆଇପିସି ଏବଂ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe