କେନ୍ଦ୍ରୀୟ ବିଦ୍ୟାଳୟ ଶୌଚାଳୟରେ ନାବାଳିକାକୁ ଗଣଦୁଷ୍କର୍ମ

ଆମେରିକୀୟ ଏଜେନ୍ସିର ସୂଚନା: ମଧ୍ୟପ୍ରଦେଶରେ ୩୦,୦୦୦ ଅନ୍‌ଲାଇନ୍ ଶିଶୁ ନିର୍ଯାତକ ଅଛନ୍ତି

The Sentinel Assam

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଜଣେ ୧୧ ବର୍ଷୀୟା ନାବାଳିକା ଛାତ୍ରୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଦିଲ୍ଲୀ ପୁଲିସ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନୋଟିସ ଜାରି କରିଛନ୍ତି। ଆୟୋଗ ଦେଇଥିବା ସୂଚନାରେ କୁହାଯାଇଛି ଯେ ନାବାଳିକା ଛାତ୍ରୀ ଅଭିଯୋଗ କରିଛନ୍ତି, ଗତ ଜୁଲାଇ ମାସରେ ସେ ନିଜ ଶ୍ରେଣୀକୁ ଯାଉଥିବା ବେଳେ ବିଦ୍ୟାଳୟର ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ଦୁଇଜଣ ଛାତ୍ରଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏଥିପାଇଁ ସେମାନଙ୍କୁ ସେ କ୍ଷମା ମାଗିଥିଲେ। ହେଲେ ସେମାନେ ତାଙ୍କୁ ଶୌଚାଳୟ ଭିତରକୁ ନେଇ ଭିତର ପଟୁ କବାଟ ବନ୍ଦ କରି ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ସେ ଜଣେ ଶିକ୍ଷକଙ୍କୁ ଜଣାଇଥିଲେ। ଉତ୍ତରରେ ଶିକ୍ଷକ କହିଥିଲେ ଯେ ଉକ୍ତ ଦୁଇ ଛାତ୍ରଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯାଇଛି। ଏହାପରେ ଘଟଣାକୁ ଚପାଇ ଦିଆଯାଇଥିଲା।

ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ଏହି ଘଟଣାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି। ଏହି ମାମଲାରେ ଦାଖଲ ହୋଇଥିବା ଏଫ୍‌ଆଇଆର୍‌ କପି ଏବଂ ଗିରଫଦାରୀର ବିବରଣୀ ପ୍ରଦାନ କରିବାକୁ କମିସନ ଦିଲ୍ଲୀ ପୁଲିସକୁ କହିଛନ୍ତି। ପୁଲିସକୁ ଖବର ନଦେବା ଅଭିଯୋଗରେ ସ୍କୁଲ ଶିକ୍ଷକ କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ କରିବାକୁ କମିସନ ଦିଲ୍ଲୀ ପୁଲିସ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe