ଟିଭି ଚ୍ୟାନେଲରେ ଯୌନ ଉତ୍ପୀଡ଼ନ: ୫୦ କମ୍ପାନି ବିଜ୍ଞାପନ ହଟାଇଲେ

ଜାପାନରେ ଏକ ଟିଭି ଚ୍ୟାନେଲ ପାଇଁ ନିଜର କର୍ମଚାରୀଙ୍କ ଅପରାଧ ଲୁଚାଇବା ମହଙ୍ଗା ସାବ୍ୟସ୍ତ ହୋଇଛି। କର୍ମଚାରୀଙ୍କ ଯୌନ ଉତ୍ପୀଡ଼ନ ମାମଲା ନେଇ ୫୦ କମ୍ପାନି ଟିଭି ଚ୍ୟାନେଲରୁ ସେମାନଙ୍କ ବିଜ୍ଞାପନ ପ୍ରତ୍ୟାହାର କରିନେଇଛନ୍ତି...

japanese-tv-channel-employee-harassment-was-exposed-50-companies-removed-advertisements

japanese-tv-channel-employee-harassment-was-exposed-50-companies-removed-advertisements Photograph: (Sambad.in)

ଟୋକିଓ: ଜାପାନରେ ଏକ ଟିଭି ଚ୍ୟାନେଲ ପାଇଁ ନିଜର କର୍ମଚାରୀଙ୍କ ଅପରାଧ ଲୁଚାଇବା ମହଙ୍ଗା ସାବ୍ୟସ୍ତ ହୋଇଛି। ତେବେ ‌ଯେତେବେଳେ କର୍ମଚାରୀଙ୍କ ଯୌନ ଉତ୍ପୀଡ଼ନ ମାମଲା ସାମ୍ନାକୁ ଆସିଲା, ୫୦ କମ୍ପାନି ଟିଭି ଚ୍ୟାନେଲରୁ ସେମାନଙ୍କ ବିଜ୍ଞାପନ ପ୍ରତ୍ୟାହାର କରିନେଇଛନ୍ତି। ଚ୍ୟାନେଲ ବିରୋଧରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ଅଭାବ ଅଭିଯୋଗ ହେବା ପରେ କମ୍ପାନିଗୁଡ଼ିକ ଏଭଳି ପଦକ୍ଷେପ ନେଇଛନ୍ତି।

ଏଭଳି ମାମଲା ଫୁଜି ଟିଭି କମ୍ପାନିର ଜଣେ ଟିଭି ହୋଷ୍ଟ୍‌ଙ୍କ ସହିତ ଜଡିତ। ପୁରୁଷ ବ୍ୟାଣ୍ଡ ଏସଏମଏଏପିର ପୂର୍ବତନ ସଦସ୍ୟ ତଥା ଫୁଜି ଟିଭି ହୋଷ୍ଟ୍ ମାସାହିରୋ ନାକାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବୋଲି ସାପ୍ତାହିକ ପତ୍ରିକା ଶୁକନ ବୁନଶୁନ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହା ପରେ ଅଭିଯୁକ୍ତ ମହିଳାଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଏକଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

ରିପୋର୍ଟରେ କୁହାଯାଇଛି ଯେ, ମହିଳା ଜଣକ ୫୨ ବର୍ଷିୟ ନାକାଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ୨୦୨୩ ମସିହାରେ ରାତ୍ରୀ ଭୋଜନରେ ନାକାଇ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। 

ପରବର୍ତ୍ତୀ ସମୟରେ, ଡିସେମ୍ବରରେ ନାକାଇ ଏବଂ ମହିଳାଙ୍କ ମଧ୍ୟରେ ୯୦ ନିୟୁତ ୟେନ୍ (୫୮୦,୦୦୦ ଡଲାର)ର ସମାଧାନ ହୋଇଥିଲା। ଏହି ସମାଧାନକୁ ସ୍ୱୀକାର କରି ନାକାଇ ଏକ ବିବୃତି ଜାରି କରିଥିଲେ। କିନ୍ତୁ ସେ କୌଣସି ପ୍ରକାର ହିଂସା କରିଥିବାକୁ ଅସ୍ବୀକାର କରିଥିଲେ।  କିନ୍ତୁ ଫୁଜି ଟିଭି ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନଥିଲା ଏବଂ ଏହାକୁ ଲୁଚାଇ ରଖିଥିଲା।

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଫୁଜି ଟିଭି ସଭାପତି କୋଚି ମିନାଟୋ ଏହି ଘଟଣା ସମ୍ପର୍କରେ ଏକ ବିବୃତି ଦେଇଥିଲେ। ସେ ସ୍ବୀକାର କରିଥିଲେ ଯେ, ଶୁକାନ ବୁନଶୁନ ରିପୋର୍ଟର ୬ମାସ ପୂର୍ବରୁ କମ୍ପାନି ଏହି ବିଷୟରେ ଅବଗତ ହୋଇଛି। କିନ୍ତୁ କମ୍ପାନି ଏହା ପ୍ରକାଶ କରିନାହିଁ।

ସେ ସମସ୍ତଙ୍କୁ କ୍ଷମା ମାଗିବା ସହ କହିଛନ୍ତି ଯେ, ଫୁଜି ଟିଭି ଏହି ଘଟଣାର ତଦନ୍ତ କରିବ। କିନ୍ତୁ ଆମେ ବିଶ୍ୱାସ କରୁ ଯେ, କର୍ମଚାରୀମାନେ କିଛି ଭୁଲ୍ କରିନାହାନ୍ତି। ଅନେକ ବିଜ୍ଞାପନଦାତା ଏବଂ ଏଜେନ୍ସିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବାରୁ ଫୁଜି ଟିଭି କ୍ଷମା ମାଗିଛି।

ଅଧିକ ପଢ଼ନ୍ତୁ: ଟ୍ରମ୍ପ-ଜିନପିଙ୍ଗ୍ ବାଣିଜ୍ୟ ଯୁଦ୍ଧ: ଭାରତ ପାଇଁ ଆଣିବ ସଙ୍କଟ

ଏହା ପରେ ବିଜ୍ଞାପନଦାତାମାନେ ଟିଭି ଚ୍ୟାନେଲକୁ ବିଜ୍ଞାପନ ଦେବାରୁ ଓହରି ଯାଇଥିଲେ। ବିଜ୍ଞାପନଦାତାମାନେ ସାର୍ବଜନୀକ ସେବା ଘୋଷଣା ସହିତ ବିଜ୍ଞାପନ ବଦଳାଇଥିଲେ । ବିଜ୍ଞାପନଦାତା କହିଛନ୍ତି ଯେ, ଫୁଜି ଟିଭିରେ ସ୍ୱଚ୍ଛତାର ଅଭାବ ରହିଛି। ଏଥିସହ ଏହି ପ୍ରସଙ୍ଗରେ ଫୁଜି ଟିଭିର କ‌ୌଣସି ଅନୁତାପ ନାହିଁ। କୁହାଯାଉଛି ଯେ, ଫୁଜି ଟିଭିରୁ ବିଜ୍ଞାପନ ହଟାଇବାକୁ ୫୦ରୁ ଅଧିକ ବଡ଼ କମ୍ପାନି ସହମତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଧାର୍ଯ୍ୟ ହେଲା ତାରିଖ, ଏଠାରେ ହେବ ଅଖିଲ-ଜୈନବଙ୍କ ବିବାହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe