ଶବାନା ଆଜ୍‌ମିଙ୍କ କାର୍‌ ଡ୍ରାଇଭର୍‌ ବିରୋଧରେ ଏଫ୍‌ଆଇଆର୍‌ ଦେଲେ ଟ୍ରକ୍‌ ଡ୍ରାଇଭର୍‌

ଶବାନା ଆଜ୍‌ମିଙ୍କ କାର୍‌ ଡ୍ରାଇଭର୍‌ ବିରୋଧରେ ଏଫ୍‌ଆଇଆର୍‌ ଦେଲେ ଟ୍ରକ୍‌ ଡ୍ରାଇଭର୍‌

Image Source: Pune Mirror

ମୁମ୍ବାଇ: ମୁମ୍ବାଇ-ପୁଣେ ଏକ୍ସ୍‍ପ୍ରେସ୍‌େଓ୍ଵରେ ଶନିବାର ଅପରାହ୍ଣରେ ଅଭିନେତ୍ରୀ ଶବାନା ଆଜ୍‌ମିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ତାଙ୍କ ଡ୍ରାଇଭର୍‌ ଅମଳେଶ ଯୋଗେନ୍ଦ୍ର କାମାତଙ୍କ ନାଁରେ ଏଫ୍‌ଆଇଆର୍‌ ଦିଆଯାଇଥିବା କଥା ପୁଲିସ କହିଛି।

ଶବାନାଙ୍କ କାର୍‌ ଯେଉଁ ଟ୍ରକ୍‌ ପଛରେ ଧକ୍କା ଖାଇଥିଲା ସେ ଟ୍ରକ୍‌ର ଡ୍ରାଇଭର୍‌ ରାଜେଶ ପାଣ୍ଡୁରଙ୍ଗ ସିନ୍ଧେ ଥାନାରେ ଅଭିଯୋଗ ଦାଏର କରିଛନ୍ତି ବୋଲି ପୁଲିସ କହିଛି।

ଡ୍ରାଇଭର୍‌ ବେପରୁଆ ହୋଇ ଚଳାଇବାରୁ ପୁଣେ-ମୁମ୍ବାଇ ଏକ୍ସପ୍ରେସ୍‌େଓ୍ଵରେ ଚଳନ୍ତା ଟ୍ରକ୍‌ ପଛରେ ଧକ୍କା ଖାଇ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ଏଫ୍‌ଆଇଆର୍‌ରେ ଉଲ୍ଲେଖ କରାଯାଇଛି।

publive-image Image Source: The Quint

ଦୁର୍ଘଟଣା ପରେ ପରେ ଶବାନା ଆଜ୍‌ମିଙ୍କୁ ତୁରନ୍ତ ନଓ୍ଵି ମୁମ୍ବାଇସ୍ଥିତ ଏମ୍‌ଜିଏମ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ପରେ ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ ମୁମ୍ବାଇର ଆନ୍ଧେରୀ ଅନ୍ତର୍ଗତ କୋକିଳାବେନ୍‌ ମଲ୍‌ଟି-ସ୍ପେସାଲିଟି ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ଡାକ୍ତରଙ୍କ କହିବା ଅନୁସାରେ, ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ତାଙ୍କ ମେରୁଦଣ୍ଡ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିଲେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଜଣାପଡ଼ିଛି।

ସେ କାର୍‌ରେ ତାଙ୍କ ସାଙ୍ଗରେ ଯାତ୍ରା କରୁଥିବା ସ୍ୱାମୀ ଜାବେଦ୍‌ ଅଖତର୍‌ ସାମାନ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe