BollyInside
ନୂଆଦିଲ୍ଲୀ: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍-ୱେରେ ଗତ ଶନିବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଅଶୀ ଦଶକର ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ ଆହତ ହେବା ଖବର ତାଙ୍କ ପ୍ରଶଂସକଙ୍କୁ ଦୁଃଖୀ କରି ଦେଇଥିଲା।
ଏହି ଦୁର୍ଘଟଣା ପରେ ଶବାନା ଆଜମୀଙ୍କୁ ନଭି ମୁମ୍ବାଇର ଏମ୍ଜିଏମ୍ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ମୁମ୍ବାର କୋକିଲାଭେନ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାରେ ଶବାନାଙ୍କ ଆହତ ହେବା ଖବରକୁ ୨୪ଘଣ୍ଟା ବିତିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ କିପରି ରହିଛି ତାହା ଜାଣିବା ପାଇଁ ତାଙ୍କ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି।
Free Press Journalଏଭଳି ପରିସ୍ଥିତିରେ ଶବାନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି କି, ଶବାନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୂର୍ବ ଅପେକ୍ଷା ସୁସ୍ଥ ଅଛି। ତାଙ୍କ ଶରୀରରେ କୌଣସି ଗଭୀର ଆଘାତ ଲାଗି ନାହିଁ। ସେ ଏବେ ସମସ୍ତଙ୍କ ସହିତ କଥାବାର୍ତ୍ତା ବି କରିପାରୁଛନ୍ତି।
ମିଳିଥିବା ଖବର ମୁତାବକ, ଶବାନାଙ୍କ କାର୍ ଏକ ଟ୍ରକ୍ ସହ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିଲା । ସେହି କାରରେ ଶବାନାଙ୍କ ସ୍ୱାମୀ ଜାଭେଦ୍ ଅଖ୍ତର ବି ବସିଥିଲେ ।
Hindustan Timesପୁଲିସ୍ ସୁତ୍ରରୁ ପ୍ରକାଶ ଯେ ମୁମ୍ବାଇରୁ ୬୦ କିଲୋମିଟର ଦୂର ଖାଲାପୁରଠାରେ ଅପରାହ୍ନ ପ୍ରାୟ ସାଢ଼େ ତିନିଟାରେ ଏହି ଦୁର୍ଘଟଣା ହୋଇଥିଲା। ଶବାନା ଯେଉଁ କାର୍ରେ ଯାତ୍ରା କରୁଥିଲେ ସେହି କାରଟି ଯାଇ ଏକ ଟ୍ରକ୍ରେ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା । ଶବାନାଙ୍କ କାର୍ ଯେଉଁ ଟ୍ରକ୍ ପଛରେ ଧକ୍କା ଖାଇଥିଲା ସେ ଟ୍ରକ୍ର ଚାଳକ ରାଜେଶ ପାଣ୍ଡୁରଙ୍ଗ ସିନ୍ଧେ ଥାନାରେ ଶବାନାଙ୍କ କାର ଚାଳକ ଅମଳେଶ ଯୋଗେନ୍ଦ୍ର କାମାତଙ୍କ ନାମରେ ଅଭିଯୋଗ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।
Follow Us