ସିବିଆଇ ତଦନ୍ତ ଦାବି କରିଲେ ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମ୍

Advertisment
ସିବିଆଇ ତଦନ୍ତ ଦାବି କରିଲେ ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମ୍

image source-zeenews

ରାମପୁର: ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମଙ୍କୁ କେବେ ରାମପୁର ଜେଲରେ ଫାଶୀ ଦିଆଯିବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି। ଜେଲରୁ ସବନମ୍ ବର୍ତ୍ତମାନ ସିବିଆଇ ତଦନ୍ତ ଦାବି କରିଛନ୍ତି। ସବନମଙ୍କ ସନ୍ତାନର ତଦାରଖକାରୀ ଉସମାନ ଏହା କହିଛନ୍ତି। ଉସମାନ ଆଜି ରାମପୁର ଜେଲରେ ସବନମଙ୍କୁ ଭେଟିଥିଲେ। ତାଙ୍କ ସହ ସବନମଙ୍କ ପୁଅ ତାଜ ମଧ୍ୟ ଥିଲେ, ଯିଏ ଉସମାନର ଯତ୍ନ ନେଉଛନ୍ତି।

ସୂଚନାଯୋଗ୍ୟ, ସବନମ୍‌ ସେତେବେଳକୁ ଦୁଇ ମାସର ଗର୍ଭବତୀ ଥିଲେ ଯେତେବେଳେ ସେ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ପ୍ରେମିକ ସଲିମ ସହ ମିଶି କୁରାଢ଼ିରେ ହାଣି ହତ୍ୟା କରିଥିଲେ। ପରେ ସବନମଙ୍କ ଗର୍ଭରୁ ତାଜ ୧୩ ଡିସେମ୍ବର ୨୦୦୮ରେ ମୋରାଦାବାଦ ଜେଲରେ ଜନ୍ମଗ୍ରହଣ କରିଥିଲେ। ପରେ, ସବନମଙ୍କ ବନ୍ଧୁ ଉସମାନ ସୈଫି ତାଜକୁ ଜୁଲାଇ ୩୦, ୨୦୧୫ରେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ନେଇଥିଲେ। ସେତେବେଳେ ତାଜ୍‌କୁ ବୟସ ମାତ୍ର ଛଅ ବର୍ଷ ସାତ ମାସ ହୋଇଥିଲା।

ଜେଲରେ ଜନ୍ମ ହୋଇଥିବା ସବନମଙ୍କ ବାର ବର୍ଷ ବୟସ୍କ ପୁତ୍ର ତାଜ ଗତ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ତାଙ୍କ ମା’ଙ୍କ ତରଫରୁ ଦୟା ଏବଂ ରାଜକ୍ଷମା ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ। ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିବା ନିଜ ମା’ଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ଶେଷ ଉଦ୍ୟମ କରି ତାଜ ଦୟା ଆବେଦନକୁ ସମୀକ୍ଷା କରି ତାଙ୍କ ମା’ଙ୍କୁ କ୍ଷମା କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରିଥିଲେ। ଉଲ୍ଲେଖଯୋଗ୍ୟ, ସବନମ ପୂର୍ବରୁ ତାଙ୍କର ପ୍ରେମିକ ସଲିମଙ୍କ ସହ ଏକାଠି ଫାଶୀଖୁଣ୍ଟରେ ଝୁଲିବା ପାଇଁ କରିଥିବା ଆବେଦନକୁ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe