ମୁମ୍ବାଇ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ-୨୦୨୪ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ରାଜନୈତିକ ନେତାମାନେ ପରସ୍ପରକୁ କଡ଼ା ଭାଷାରେ ସମାଲୋଚନା କରିବାକୁ ପଛଉନାହାନ୍ତି । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର (ଏପ୍ରିଲ ୨୩) ମହାରାଷ୍ଟ୍ରର ଅକୋଲାରେ କଂଗ୍ରେସ ସମେତ ଭାରତୀୟ ମେଣ୍ଟକୁ ଟାର୍ଗେଟ କରିଛନ୍ତି।
ସୋନିଆ-ମନମୋହନ ସିଂହ ସରକାର ଥିବା ବେଳେ ପାକିସ୍ତାନ (ଆତଙ୍କବାଦୀଙ୍କ ମାଧ୍ୟମରେ) ପ୍ରତିଦିନ ଆକ୍ରମଣ କରୁଥିଲା, କିନ୍ତୁ ଭୋଟ୍ ବ୍ୟାଙ୍କ ରାଜନୀତି ଯୋଗୁଁ କଂଗ୍ରେସ କିଛି କରିନଥିଲା। ଦେଶରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କ ସରକାର ଗଠନ ହେଲେ ଦେଶ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ ବୋଲି ଗୃହମନ୍ତ୍ରୀ କହିଛନ୍ତି।
ଶାହା କହିଛନ୍ତି ଯେ କଂଗ୍ରେସ ସରକାରରେ ‘ଆଲିଆ ମାଲିଆ ଜମାଲିଆ’ ପ୍ରତିଦିନ ପାକିସ୍ତାନରୁ ଆସି ବୋମା ବିସ୍ଫୋରଣ କରି ଫେରିଯାଉଥିଲା। ଏତେ ସବୁ ପରେ ମଧ୍ୟ ଏହି କଂଗ୍ରେସ ଦଳ ନିଜର ଭୋଟ୍ ବ୍ୟାଙ୍କ ଯୋଗୁଁ କିଛି କରିନଥିଲା, କିନ୍ତୁ ବିଜେପି ସରକାର ଗଠନ ହେବା ପରଠାରୁ ପୁଲୱାମା ଓ ଉରିରେ ଆକ୍ରମଣ ହୋଇଥିଲା। ମାତ୍ର ୧୦ ଦିନ ମଧ୍ୟରେ ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ କରି ଆତଙ୍କବାଦୀଙ୍କୁ ନିପାତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ
ସୂଚନାଯୋଗ୍ୟ ଯେ ଗୁଜୁରାଟୀ ଭାଷାରେ ‘ଆଲିଆ ମାଲିଆ ଜମାଲିଆ’ ଶବ୍ଦଟି ବହୁଳଭାବେ ବ୍ୟବହାର ହୋଇଥାଏ । ଏହାର ଅର୍ଥ ହେଉଛି ‘ଯିଏ ମନ ସିଏ’ କିମ୍ବା ଇଂରାଜୀର ଟମ-ଡିକ ଏଣ୍ଡ ହ୍ୟାରୀ ।
Follow Us