ଏଥର ହେବ ଡିଜିଟାଲ ଜନଗଣନା, ମୋବାଇଲ ଆପ ମାଧ୍ୟମରେ ତଥ୍ୟ ସଂଗ୍ରହ ହେବ

Advertisment
ଏଥର ହେବ ଡିଜିଟାଲ ଜନଗଣନା, ମୋବାଇଲ ଆପ ମାଧ୍ୟମରେ ତଥ୍ୟ ସଂଗ୍ରହ ହେବ

ନୂଆଦିଲ୍ଲୀ : ଆସନ୍ତା ୨୦୨୧ରେ ଭାରତରେ ଜନଗଣନା ଅନୁଷ୍ଠିତ ହେବ । କେତେକ ଦିଗରୁ ଏଥରର ଜନଗଣନା ଟିକିଏ ନିଆରା ହେବ । ସ୍ମାର୍ଟଫୋନ ଯୁଗକୁ ଦୃଷ୍ଟିରେ ରଖି ଏଥର ଜନଗଣନା ପାଇଁ କାଗଜ କଲମ ନୁହେଁ ମୋବାଇଲ ଆପର ବ୍ୟବହାର କରାଯିବ । ଜନଗଣନା କରୁଥିବା ସରକାରୀ କର୍ମଚାରୀମାନେ ଏଥର ସୂଚନାପ୍ରଯୁକ୍ତି କୌଶଳର ବ୍ୟାପକ ପ୍ରୟୋଗ କରିବେ ବୋଲି ଜଣାଯାଇଛି ।

publive-image Mint

ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସମୟ ଆସିଯାଇଛି କାଗଜ କଲମକୁ ଛାଡି ଡିଜିଟାଲ ଜନଗଣନା କରିବାର । କିଛିଦିନତଳେ ଭାରତୀୟ ଜନଗଣନା ପଂଜୀକାର ମଧ୍ୟ ଜନଗଣନାରେ ଟେକନଲୋଜୀର ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିଥିଲା । ବିଶେଷକରି ଇଲେକ୍ଟ୍ରୋନିକ ମୋଡରେ ଡାଟା ସଂଗ୍ରହ ଉପରେ ଆରଜିଆଇ ଗୁରୁତ୍ୱ ଦେଉଛି । ଭାରତରେ ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଥାଏ । ଶେଷଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe