ପାଟନା : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିହାରର ପୁର୍ନିଆରେ ଏକ ରୢାଲିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ବର୍ଷିଛନ୍ତି। ନୀତୀଶ ତାଙ୍କ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ପୂରଣ କରିବାପାଇଁ ଆର୍ଜେଡି ଏବଂ କଂଗ୍ରେସ ସହ ହାତ ମିଳାଇବା ସହ ବିଜେପି ସହିତ ବିଶ୍ବାସଘାତ କରିଛନ୍ତି ଏବଂ ବିଜେପିକୁ ପଛରୁ ଛୁରି ମାରିଛନ୍ତି ବୋଲି ଶାହ କହିଛନ୍ତି। ଲାଲୁଙ୍କ କୋଳରେ ବସିବା ଏବଂ ୨୦୨୪ରେ ପ୍ରଧାନମନ୍ତ୍ରୀ ହେବା ଲକ୍ଷ୍ୟ ରଖି ନୀତୀଶ ବିହାର ବାସିନ୍ଦାଙ୍କ ସହ ବିଶ୍ବାସଘାତ କରିଛନ୍ତି । ଏଭଳି କରି ସେ କ’ଣ ପ୍ରଧାନମନ୍ତ୍ରୀ ହୋଇପାରିବେ କି ବୋଲି ଶାହ ପ୍ରଶ୍ନ କରିଛନ୍ତି। ନୀତୀଶଙ୍କ ବ୍ୟକ୍ତିସ୍ବାର୍ଥ ସର୍ବସ୍ବ ରାଜନୀତି ପାଇଁ ବିହାରବାସୀ ଉଚିତ ଜବାବ ଦେବେ। ମେଣ୍ଟ ବଦଳାଇ ପ୍ରଧାନମନ୍ତ୍ରୀ ହୋଇଯିବା ଏତେ ସହଜ ନୁହେଁ ବୋଲି ଶାହ କହିଛନ୍ତି। ‘ସେମାନେ (ଜେଡିୟୁ-ଆର୍ଜେଡି) କହୁଛନ୍ତି ଯେ ମୁଁ ଏଠାକୁ ଅଶାନ୍ତି ସୃଷ୍ଟି ପାଇଁ ଆସିଛି। କିନ୍ତୁ ସେ କାମ ପାଇଁ ଲାଲୁ ହିଁ ଯଥେଷ୍ଟ। ୨୦୨୫ ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବ’ ବୋଲି ଶାହ ଦୃଢ଼ୋକ୍ତି ବାଢ଼ିଛନ୍ତି।
ନୀତୀଶ ବିଜେପିକୁ ପଛରୁ ଛୁରି ମାରିଛନ୍ତି: ଶାହ
Advertisment
Follow Us